ଓଡିଶା

ଚାନ୍ଦବାଲିରେ ବରିଷ୍ଠ ନାଗରିକ ଦିବସ ପାଳିତ…

ଭଦ୍ରକ ଜିଲ୍ଲାର ଚାନ୍ଦବାଲି ସହର ସ୍ଥିତ ବରିଷ୍ଠ ନାଗରିକ ଗୋଷ୍ଠୀ ସାଧନ କେନ୍ଦ୍ର ଗୃହରେ ଅକ୍ଟୋବର ୧ ତାରିଖ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଛି । ଏହି ଦିବସ ପାଳନ ଅବସରରେ ପ୍ରଥମେ ବରିଷ୍ଠ ନାଗରିକ ମାନଙ୍କ ଦ୍ବାରା ଚାନ୍ଦବାଲି ମେଡ଼ିକାଲରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରା ଯାଇଥିଲା । ପରେ ପରେ ଗୋଷ୍ଠୀ ସାଧନ କେନ୍ଦ୍ର ଠାରେ ସ୍ନେହ ଡୋରିରେ ବାନ୍ଧିବାର ଏକ ପ୍ରୟାସ ଶୀର୍ଷକ ଆଲୋଚନା ହୋଇଥିଲା । କୌଣସି ଭାହ୍ୟ ବ୍ୟକ୍ତିଙ୍କୁ ଅତିଥି ଭାବେ ନିମନ୍ତ୍ରଣ ନକରି ବରିଷ୍ଠ ମାନେ ନିଜ ନିଜ ମଧ୍ୟରେ ସ୍ନେହ ସମ୍ମାନ ଏବଂ ଭାବର ଆଦାନ ପ୍ରଦାନ କରିଥିଲେ ।

ତେବେ ସରକାରୀ କ୍ଷେତ୍ରରେ ଏହି ସଙ୍ଘକୁ ଅଣଦେଖା କରାଯାଇଥିବା ଅଭିଯୋଗ କରି କ୍ଷୋଭ ପ୍ରକାଶ କରିଛନ୍ତି ବଶିଷ୍ଠ ମାନେ । ଚାନ୍ଦବାଲି ବ୍ଲକ୍ ପ୍ରଶାସନ ରାଜନୀତିର ପ୍ରଭାବରେ ବ୍ରଭାବିତ ହୋଇ ପାତର ଅନ୍ତର କରିଥିବା ଚର୍ଚ୍ଚା ହେଉଛି । ମୋଟା ମୋଟି ଭାବେ ଖୁବ୍ ସୁନ୍ଦର ଭାବେ ଚାନ୍ଦବାଲି ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଛି ।

Related posts

ଭୁବନେଶ୍ୱର ୟୁନିଟ ୩ ଶ୍ରୀୟା ଛକ ଠାରୁ ବ୍ଲାଇଣ୍ଡ ସ୍କୁଲ ରାସ୍ତାରେ ବିଏମସି ପକ୍ଷରୁ ବଡ଼ ଧରଣର ଉଚ୍ଛେଦ ଆରମ୍ଭ ହୋଇଛି

mahabharatanews

ଶିକ୍ଷା ସେତୁ କାର୍ୟକ୍ରମରେ ଜିଲ୍ଲାପାଳଙ୍କ ଯୋଗଦାନ

mahabharatanews

ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଲାଗିଲା ସିଟି ସ୍କାନ ମେସିନ

mahabharatanews