(ନୂଆଦିଲ୍ଲୀ): ଦେଶରେ ମହାମାରୀ କରୋନା ଏବେ ଉଗ୍ର ରୂପ ନେଇଛି । ଦିନକୁ ବିଭିନ୍ନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲୁଥିବା ବେଳେ ମହାରାଷ୍ଟ୍ର ସବୁଠୁ ଆଗରେ ରହିଛି । ତେବେ ରାଜଧାନୀ ନୂଆଦିଲ୍ଲୀରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ପାର କରିଛି । ମଙ୍ଗଳବାର ସୁଦ୍ଧା ଦିଲ୍ଲୀରେ ମୋଟ ୧ ଲକ୍ଷ ୮୨୩ ଜଣ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ୩୧୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ୨୫ ହଜାର ୬୨୦ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଅବଶିଷ୍ଟ ୭୨ ହଜାର ୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ୫୭ ହଜାର ୪୦୦ ଜଣଙ୍କ କୋଭିଡ ଟେଷ୍ଟ ହୋଇଛି । ଏଠାରେ ଦିନକୁ ଦିନ ସଂକ୍ରମିିତଙ୍କ ସଂଖ୍ୟା ବଢିବା ସରକାର ତଥା ଦିଲ୍ଲୀବାସଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଦିଲ୍ଲୀ ସରକାର ଗୁରୁତର ରୋଗୀଙ୍କ ପାଇଁ ପ୍ଲାଜମା ଚିକିତ୍ସାର ବ୍ୟବସ୍ଥା କରିଛନ୍ତି । ଏପରିକି ଦିଲ୍ଲୀରେ ଦେଶର ପ୍ରଥମ ପ୍ଲାଜମା ବ୍ୟାଙ୍କ ମଧ୍ୟ ପ୍ରତିଷ୍ଠା କରାଯାଇଛି ।
previous post