Uncategorized

ଚୀନ ସୀମାରେ ବିବାଦ: ଜଣେ ଅଧିକାରୀଙ୍କ ସମେତ ୩ ସହିଦ

ନୂଆଦିଲ୍ଲୀ: ଭାରତ ଚୀନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ସୋମବାର ରାତିରେ ଦୁଇ ଦେଶର ସେନା ମଧ୍ୟରେ ହିଂସ୍ରାତ୍ମକ ପରିସ୍ଥିତି । ଏଥିରେ ଭାରତୀୟ ସେନାର ଜଣେ ଅଫିସର ଓ ଦୁଇ ଜବାନ ସହିଦ ହୋଇଛନ୍ତି । ଏଥିରେ ଚୀନ ସୈନିକ ମଧ୍ୟ ଗୁରୁତର ହୋଇଛନ୍ତି । ଏଥିରେ ଉଭୟ ପକ୍ଷରୁ କୌଣସି ଗୁଳିବାରି ହୋଇ ନଥିଲା । କେବଳ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଭାରତୀୟ ସେନାର ଅଧିକାରିକ ସ୍ତରରୁ କୁହାଯାଇଛି, ଗଲବାନ ଘାଟିରେ ସୋମବାର ରାତିରେ ଡି-ଏକ୍ସିଲେନ୍ସ ପ୍ରକ୍ରିୟା ଚାଲିଥିଲା । ଭାରତୀୟ ସେନା ଚୀନ ସେନାକୁ ପଛକୁ ହଟାଉଥିବା ବେଳେ ଚୀନ ସେନା ପକ୍ଷରୁ ଆଗ ଆକ୍ରମଣ ହୋଇଥିଲା । ଏହା ପରେ ଭାରତୀୟ ଯବାନ ମଧ୍ୟ ଆକ୍ରମଣ କରିଥିଲେ । ଏଥିରେ ଜଣେ ଅଧିକାରୀଙ୍କ ସମେତ ୩ ଜଣ ସହିଦ ହୋଇଛନ୍ତି ।
ଅପରପକ୍ଷରେ ଏଥିନେଇ ଚୀନ ଭାରତକୁ ଦାୟୀ କରିଛି । ଭାରତୀୟ ସେନାର ଗୁଳିରେ ଜଣେ ଚୀନ ଯବାନଙ୍କ ମୃତ୍ୟୁ ହୋଇଥିବା ଚୀନ ଦାବି କରୁଛି । ଅପରପକ୍ଷରେ ଏହି ଘଟଣା ପରେ ଉଭୟ ପକ୍ଷର ଅଧିକାରିକ ସ୍ତରରେ ଆଲୋଚନା ଆରମ୍ଭ ହୋଇ ଯାଇଛି ।

Related posts

ଓଡ଼ିଶା ଅଗ୍ନିଶମର ନୂଆ ଅଧ୍ୟାୟ

mahabharatanews

ଡୋମେଷ୍ଟିକ ଫ୍ଲାଇଟ ଚଳ।ଚଳ: ଏଏଆଇ ନିମନ୍ତେ ଏସଓପି ଜାରି

mahabharatanews

ଟ୍ରେନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

mahabharatanews