ଓଡିଶା

ଅଗ୍ନିକାଣ୍ଡରେ ୧୦ ବଖରା ଭସ୍ମୀଭୂତ

(ମହାଭାରତ, ବ୍ରହ୍ମଗିରି): ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଣ୍ଡପଡା ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୫ଟି ପରିବାରର ପ୍ରାୟ ୧୦ ବଖରା ପୋଡି ଭସ୍ମୀଭୂତ ହୋଇଯାଇଛି । ଏଥିରେ ଘରର ଆସବାବ ପତ୍ର, ଟଙ୍କା ଓ ଚାଉଳ ପୋଡି ନଷ୍ଟ ହୋଇଯାଇଛି । ପ୍ରାୟ ୧୦ଟି ଗୋରୁ ଅଗ୍ନିକାଣ୍ଡରେ ଆହତ ହୋଇଛନ୍ତି । ବିପନ୍ନମାନେ କେବଳ ପିନ୍ଧା ଲୁଗା ଧରି ଘରୁ ବାହାରି ଆସିଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କିନ୍ତୁ ସେତେବେଳକୁ ସବୁ ପୋଡି ଛାରଖାର ହୋଇସାରିଥିଲା । ତେବେ ନିଆଁ କେମିତି ଲାଗିଲା, ତାହା ଏଯାଏ ସ୍ପଷ୍ଟ ହୋଇପାରିିନାହିଁ ।

Related posts

ଛତ୍ରପୁର ଉପଜିଲ୍ଲାପାଳଙ୍କ କରୋନା ସମୀକ୍ଷା

mahabharatanews

ହିଞ୍ଜିଳିରେ ପଂହଚିଲେ ୭୪ ପ୍ରବାସୀ ଓଡ଼ିଆ

mahabharatanews

 ସ୍ୱାଧୀନତା ଦିବସରେ ନକ୍ସଲଙ୍କ ହିଂସା କାଣ୍ଡ ; ଆଖି ବୁଜିଲେ ୨ ଯବାନ  

mahabharatanews