ଓଡିଶା

ଅଗ୍ନିକାଣ୍ଡରେ ୧୦ ବଖରା ଭସ୍ମୀଭୂତ

(ମହାଭାରତ, ବ୍ରହ୍ମଗିରି): ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଣ୍ଡପଡା ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୫ଟି ପରିବାରର ପ୍ରାୟ ୧୦ ବଖରା ପୋଡି ଭସ୍ମୀଭୂତ ହୋଇଯାଇଛି । ଏଥିରେ ଘରର ଆସବାବ ପତ୍ର, ଟଙ୍କା ଓ ଚାଉଳ ପୋଡି ନଷ୍ଟ ହୋଇଯାଇଛି । ପ୍ରାୟ ୧୦ଟି ଗୋରୁ ଅଗ୍ନିକାଣ୍ଡରେ ଆହତ ହୋଇଛନ୍ତି । ବିପନ୍ନମାନେ କେବଳ ପିନ୍ଧା ଲୁଗା ଧରି ଘରୁ ବାହାରି ଆସିଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କିନ୍ତୁ ସେତେବେଳକୁ ସବୁ ପୋଡି ଛାରଖାର ହୋଇସାରିଥିଲା । ତେବେ ନିଆଁ କେମିତି ଲାଗିଲା, ତାହା ଏଯାଏ ସ୍ପଷ୍ଟ ହୋଇପାରିିନାହିଁ ।

Related posts

ଘନେଇବାରେ ଲାଗିଛି ଡେଙ୍ଗୁ ଆତଙ୍କ; ଆଖିବୁଜିଲେ ଜଣେ ପ୍ରସୂତି

mahabharatanews

ପାର୍ଥ ମୋ ଘରକୁ ମିନି ବ୍ୟାଙ୍କ ଭାବେ ବ୍ୟବହାର କରୁଥିଲେ: ଅର୍ପିତା

mahabharatanews

ବଜ୍ରପାତରେ ୯ ରୁ ଉର୍ଦ୍ଧ ଆହାତ ଜଣେ ଗୁରୁତର

mahabharatanews

Leave a Comment