ଓଡିଶା

ଅଗ୍ନିକାଣ୍ଡରେ ୧୦ ବଖରା ପୋଡି ପାଉଁଶ

(ମହାଭାରତ/ଜଗତସିଂହପୁର): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାନସାରୋଲ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୁକ୍ରବାର ବିଳମ୍ବିତ ରାତିରେ ଗାଁର ୩ ଜଣ ବ୍ୟକ୍ତିଙ୍କର ୧୦ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡି ନ ଥିବା ବେଳେ ସର୍ଟସର୍କିଟରୁ ଏପରି ଘଟିଥିବା ଅନୁମାନ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ମଧ୍ୟରାତ୍ରୀ ସମୟରେ ଗାଁର ଅଭୟ ସ୍ୱାଇଁଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା। ପରେ ନିକଟରେ ଥିବା ଅନ୍ୟ ଦୁଇ ଘରକୁ ନିଆଁ ବ୍ୟାପି ଯାଇଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଜଗତସିଂହପୁର ଓ ତିର୍ତ୍ତୋଲ ଅଗ୍ନିଶମ ବାହିନୀ ପହଞ୍ଚି ୪ ଘଣ୍ଟା ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ଅଗ୍ନିକାଣ୍ଡରେ ଘରର ଆସବାବପତ୍ର ଜଳି ପାଉଁଶ ହୋଇଯାଇଛି। କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Related posts

ୟୁନିସେଫ ମ୍ୟୁଜିକାଲ ଭିଡିଓରେ ଭାକୁରଗୁଡା ଆଶ୍ରମ ବିଦ୍ୟାଳୟ

mahabharatanews

ଜଳୁଛି ରାଜ୍ୟ : ୨୧ଟି ସହରରେ ୪୦ଡିଗ୍ରୀ ପାର

mahabharatanews

୫ଟି ସଚିବଙ୍କ ଝାରସୁଗୁଡ଼ା ଗସ୍ତ

mahabharatanews