ମନୋରଞ୍ଜନ

ଗଣେଶଙ୍କ ମୂର୍ତ୍ତିକୁ ନେଇ ଟ୍ରୋଲ ହେଲେ ଶିବ ଠାକରେ 

(ମୁମ୍ବାଇ) : ଆଜି ଗଣେଶ ଚତୁର୍ଥୀ ମହୋତ୍ସବ। ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଆଦିଦେବ ଗଣେଶଙ୍କର ପୂଜା କରାଯାଏ । ଏଥିପାଇଁ ଚାରିଆଡ଼େ ଜୋର‌ସୋର ପ୍ରସ୍ତୁତି ଚାଲିଥିବା ବେଳେ ବିଗବସ-୧୬ର ଫେମ ଶିବ ଠାକରେ ପୁଲିସ ପୋଷାକ ପିନ୍ଧିଥିବା ପ୍ରଭୁ ଗଣେଶଙ୍କୁ ଘରକୁ ଆଣୁଥିବାର ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ଏହି ଫଟୋକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଶିବ ଠାକରେଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି।

ସୂଚନାନୁଯାୟୀ, ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ଶିବ ଠାକରେ ପ୍ରଭୁ ଗଣେଶଙ୍କ ମୂର୍ତ୍ତି ଉପରୁ ଲାଲରଙ୍ଗର କପଡ଼ା ଉଠାଉଛନ୍ତି।
ତେବେ ପ୍ରଭୁ ଗଣେଶଙ୍କୁ ଏଭଳି ପୋଷାକ ପିନ୍ଧିଥିବା ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କହିଛନ୍ତି ଏହା ଆମ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଛି।

Related posts

ଧୁରନ୍ଧର ୨ ର ସଫଳତା ପରେ ମହାକାଳଙ୍କୁ ଦର୍ଶନ କଲେ ସାରା ଅର୍ଜୁନ

mahabharatanews

ଅନନ୍ୟା ପାଣ୍ଡେ ଏବେ ନିଜ ଷ୍ଟେଟମେଣ୍ଟକୁ ନେଇ କମେଣ୍ଟର ଶିକାର

mahabharatanews

ପ୍ଲାଷ୍ଟିକ ସର୍ଜରୀ ସମୟରେ ଆଖି ବୁଜିଲେ ମଡେଲ

mahabharatanews