(ହୀରାକୁଦ) : ଉପରମୁଣ୍ଡରେ ବର୍ଷା ହ୍ରାସ ପାଉଥିବା ବେଳେ ହୀରାକୁଦ ଡ୍ୟାମର ୧୦ଟି ସ୍ଲୁଇସ୍ ଗେଟ୍ ବନ୍ଦ ହୋଇଥିବା ଜଣାଯାଇଛି। ବାମ ପଟରୁ ୭ ଓ ଡାହାଣ ପଟରୁ ୩ଟି ଗେଟ୍ ବନ୍ଦ ସୂଚନା ମିଳିଛି। ଏବେ ୧୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ପୂର୍ବରୁ ମୋଟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା ।
ସୂଚନାନୁଯାୟୀ, ଜଳସେଚନ ନିମନ୍ତେ ବରଗଡ଼ ମୁଖ୍ୟ କେନାଲରେ ୧ ହଜାର କ୍ୟୁସେକ୍, ଶାସନ ମୁଖ୍ୟ କେନାଲରେ ୩୨୦ କ୍ୟୁସେକ୍ ଓ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୬୮ କ୍ୟୁସେକ୍ ପାଣି ଛଡ଼ାଯାଇଥିବା ବେଳେ ଶିଳ୍ପାନୁଷ୍ଠାନକୁ ୨୫୧ କ୍ୟୁସେକ୍ ଯୋଗାଇ ଦିଆଯାଉଛି।
