ଓଡିଶା

ଡେଙ୍ଗୁ ଆତଙ୍କ : ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ 

(ଭୁବନେଶ୍ୱର) : ଦିନକୁ ଦିନ ଘନେଇବାରେ ଲାଗିଲାନି ରାଜଧାନୀରେ ଡେଙ୍ଗୁ ସ୍ଥିତି ।  ଏବେ ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ଟିକେ ଅଧିକ ରହିଛି। ପ୍ରତ୍ୟେକ ଦିନ ଟେଷ୍ଟ କରାଯାଉଛି। ପ୍ରତ୍ୟେକ ଦିନ ପାଖାପାଖି ୨୦୦ ଲୋକଙ୍କ ପରୀକ୍ଷା ହେଉଛି। ସେଥିରୁ ପ୍ରାୟ ୫୦ ଜଣ ପିଜେଟିଭ ବାହାରୁଛନ୍ତି। ଏମାନଙ୍କ ଭିତରୁ ପ୍ରତିଦିନ ୧୫ ଜଣ ଲେଖାଏ ସବୁ ଦିନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଲକ୍ଷ୍ମୀଧର ସାହୁ ବିଶେଷ ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି, ସ୍ଥିତି ଯଦିଓ ଉଦବେଗଜନକ ନୁହେଁ, ତଥାପି ଲୋକଙ୍କୁ ସତର୍କ ରହିବାକୁ ପଡ଼ିବ। ମଶା କାମୁଡ଼ିବା ସ୍ଥାନରେ ଯଦି ରହୁଛନ୍ତି, ଜର ଦୁଇ ତିନି ଦିନ ହେଲା କମୁନି, ବାନ୍ତି ଲାଗୁଛି, ଦେହ ଘୋଳାବିନ୍ଧା ହେଉଛି ତାହାଲେ ତୁରନ୍ତ ହସ୍ପିଟାଲ ଯାଇ ଟେଷ୍ଟ କରନ୍ତୁ।

Related posts

ୟୁକୋ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀଙ୍କ କାର୍ଯ୍ୟକାରୀ ବୈଠକ

mahabharatanews

ନର୍ସିଂହୋମ ଡାକ୍ତରଙ୍କ ଭୁଲ ଚିକିତ୍ସା ପାଇଁ ମା ଛେଉଣ୍ଡ ହେଲା ନବଜାତକ, ପରିବାର ଲୋକଙ୍କ କ୍ଷତିପୁରଣ ଦାବି

mahabharatanews

ସ୍କ୍ରବ୍ ଟାଇଫସ ଆତଙ୍କ; ସଂଖ୍ୟା ୩୮୯କୁ ବୃଦ୍ଧି

mahabharatanews