ଓଡିଶା

୫୬ ବର୍ଷ ବୟସରେ ପୂର୍ବତନ ବିଧାୟକ ରବୀନ୍ଦ୍ର ଭୋଇଙ୍କ ପରଲୋକ

କଟକ : ଜଗତସିଂହପୁର ଜିଲା ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ରନାଥ ଭୋଇଙ୍କ ମାତ୍ର ୫୬ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ଶନିବାର ସକାଳେ କଟକର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ୨୦୦୯ ରୁ ୨୦୧୪ ଯାଏଁ ବିଜୁ ଜନତା ଦଳ(ବିଜେଡ଼ି) ଟିକେଟରେ ନିର୍ବାଚିତ ହୋଇ ବିଧାୟକ ଥିଲେ। ରବୀନ୍ଦ୍ର ନାଥ ଭୋଇଙ୍କ ପୈତୃକ ଘର ବିରିଡ଼ି ବ୍ଲକର ବାଲିଆ ଗୋପୀନାଥପୁର। ଭୋଇଙ୍କ ବିୟୋଗରେ ତିର୍ତ୍ତୋଲ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Related posts

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବନ୍ଧା ହେଲେ କୋଟିପତି କିରାଣୀ

mahabharatanews

ପରଲୋକରେ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ 

mahabharatanews

ଓଜନ ମାପରେ ଠକୁଛନ୍ତି ପେଟ୍ରୋଲ ପମ୍ପ ଓ ସୁନା ଦୋକାନୀ

mahabharatanews