(ବାଲେଶ୍ଵର) : ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ରକ୍ତରେ ଭିଜିଛି ବାଲେଶ୍ୱରର ବାହାନାଗା । ଏଣେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ମେଡିକାଲରେ ସ୍ଥାନ ନଥିବାରୁ ଆହତଙ୍କ ସଂଖ୍ୟା ବଢୁଥିବାର ଦେଖି, ଏସସିବିରେ ଆଉ ଶହେ ସିଟ୍ ସଂଖ୍ୟା ବଢାଯାଇଛି । ଏନେଇ ସୂଚନା ଦେଇଛନ୍ତି ଏସସିବିର ଜରୁରୀକାଳୀନ ଅଧିକାରୀ ।
ସୂଚନାନୁଯାୟୀ , ପୂର୍ବରୁ ବେଡ୍ ସଂଖ୍ୟା ବଢାଇଯାଇଥିଲା ହେଲେ ଆହତଙ୍କ ସଂଖ୍ୟା ବଢୁଥିବାରୁ ପୁଣି ଥର ବଢାଯାଇଛି ବେଡ୍ ସଂଖ୍ୟା । ଚିକିତ୍ସା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ମଧ୍ୟ କରାଯାଇଛି ଏବଂ ସମସ୍ତ ପ୍ରକାଶ ସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛି ଡାକ୍ତରୀ ଟିମ୍ ।