ଖେଳ

ଡେଭିଡ ୱାର୍ଣ୍ଣର ଟେଷ୍ଟ କ୍ରିକେଟରୁ ନେବେ ଅବସର 

(ଦିଲ୍ଲୀ) : ଅଷ୍ଟ୍ରେଲୀୟ କ୍ରିକେଟ୍ ଦଳର ବରିଷ୍ଠ ଖେଳାଳି ଡେଭିଡ ୱାର୍ଣ୍ଣର ଟେଷ୍ଟ କ୍ରିକେଟରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ଏନେଇ ଆଇସିସି ନିଜ ୱେବସାଇଟରେ ସେୟାର କରିଛି।

ସୂଚନାନୁଯାୟୀ , ସେ ଜାନୁଆରି ୨୦୨୪ରେ ପାକିସ୍ତାନ ବିପକ୍ଷରେ ନିଜ ଟେଷ୍ଟ କ୍ୟାରିୟରର ଶେଷ ମ୍ୟାଚ୍ ଖେଳିବେ। ଏହାପୂର୍ବରୁ ୱାର୍ଣ୍ଣର ଆଶେସ୍ ସିରିଜ୍ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଅନ୍ତିମ ମ୍ୟାଚ୍ ଖେଳିବେ ବୋଲି ଜଣାପଡ଼ିଛି। ଜାନୁଆରି ୨୦୨୪ରେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜ୍ ଖେଳାଯିବ। ଏହା ୱାର୍ଣ୍ଣରଙ୍କ ଶେଷ ଟେଷ୍ଟ ମ୍ୟାଚ୍ ହେବ। ୱାର୍ଣ୍ଣରଙ୍କ କ୍ୟାରିୟର ଏପର୍ଯ୍ୟନ୍ତ ବହୁତ ଭଲ ରହିଛି। ସେ ୧୦୨ଟେଷ୍ଟ ମ୍ୟାଚରେ ୮୧୫୮ ରନ୍ ସଂଗ୍ରହ କରିଛନ୍ତି। ଏହା ସହ ୱାର୍ଣ୍ଣର ୩ଟି ଦ୍ବିଶତକ, ୨୫ଶତକ ଏବଂ ୩୪ ଅର୍ଦ୍ଧଶତକ ହାସଲ କରିଛନ୍ତି।

Related posts

ପ୍ରାଗ ଅନ୍ତର୍ଜାତୀୟ ଚେସ୍ ୨୦୨୬ର ରାଉଣ୍ଡ ୩ରେ ହାରିଲେ ଡି ଗୁକେଶ

mahabharatanews

ଗୋଟିଏ ପଦକ ପାଇଲେ ଦୁଇ ଖେଳାଳୀ

mahabharatanews

ହକି ଖେଳାଳିମାନଙ୍କୁ ମିଳିବ ବାର୍ଷିକ ନଗଦ ପ୍ରୋତ୍ସାହନ

mahabharatanews