ଅପରାଧ

ଅବକାରୀ ବିଭାଗର ଚଢାଉ, ୧୦୦ ଲିଟର ଦେଶୀ ମଦ ଜବତ

(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ଜାମପାଣି ଗାଁ ନିକଟସ୍ଥ ଏକ ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ କରି ବିପୁଳ ପରିମାଣର ଦେଶୀ ମଦ ଜବତ କରିଛି । ଏଠାରେ ଦୀର୍ଘ ଦିନ ଧରି ଦେଶୀ ମଦ ରନ୍ଧା ହେଉଥିବା ଖବର ଅବକାରୀ ବିଭାଗକୁ ମିଳିଥିଲା । ଜିଲ୍ଲା ସୁପରିଣ୍ଟେଡେଣ୍ଟ ପୁରୁଷୋତ୍ତମ ଧରୁଆଙ୍କ ନିର୍ଦ୍ଦେଶ କ୍ରମେ ରାଇରଙ୍ଗପୁର ଅବକାରୀ ବିଭାଗର ଓଆଇସି ହରିହର ସିଂ, ସଚିପଦ ମହାନ୍ତ ଓ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲେ । ମଦ ମାଫିଆମାନେ ଅବକାରୀ ବିଭାଗ କର୍ମଚାରୀଙ୍କୁ ଦେଖି ଫେରାର ହୋଇଥିଲେ। ଚଢାଉ ବେଳେ ଅବକାରୀ ବିଭାଗ ଅଧିକାରୀମାନେ ୭୦ ଲିଟର ଦେଶୀ ମଦ ସହ ୨୨୦୦ କେଜି ମହୁଲ ପୋଚ ଓ ଅନ୍ୟ ରୋଷେଇ ସାମଗ୍ରୀ ନଷ୍ଟ କରି ଦେଇଥିଲେ । ସେହିଭଳି କୁଲଡ଼ିହା ଗାଁ ଜଙ୍ଗଲରେ ଚଢାଉ କରି ୩୦ ଲିଟର ଦେଶୀ ମଦ ଜବତ କରିବା ସହ ୮୦୦ କେଜି ମହୁଲ ପୋଚ ନଷ୍ଟ କରି ଦିଆଯାଇଥିଲା ।

Related posts

ଟ୍ରେନ ଭିତରେ ମାଡି ବସିଲା ପୋଲିସ

mahabharatanews

ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଭୟାବହ କାର ବୋମା ବିସ୍ଫୋରଣରେକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ

mahabharatanews

କଙ୍ଗାରୁ କୋର୍ଟର ଫସର ଫାଟିଲା

mahabharatanews