ଅପରାଧ

କାର-ଟ୍ରକ୍ ମୁହାଁମୁହିଁ ଧକ୍କା, ୨ ମୃତ

(ଖଗେଶ୍ୱର ପିଙ୍ଗୁଆ/ପାଲଲହଡା): ଅନୁଗୋଳ ଜିଲ୍ଲା ପାଳଲହଡା ଓ କଣିହାଁ ବ୍ଲକ ସୀମାନ୍ତ ୧୪୯ ନମ୍ବର ଜାତୀୟ ରାଜପଥର ଘାଗରାମୁଣ୍ଡା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ଆଜି ସକାଳୁ ପାଲଲହଡାରୁ ଅନୁଗୋଳ ନାଲକୋ ଅଭିମୁଖେ ଯାଉଥିବା ଏକ କାର ପିତିରି ରୋଡ଼ ପଟୁ ଆସୁଥିବା ଏକ ଟ୍ରକ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ଥିବା ବେଳେ ଆଉ ଜଣେ ଦୂର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିବା ଜଣାପଡିଛି । ତେବେ ମୃତକ ଦୁଇଜଣ ନାଲକୋ ପ୍ଲାଣ୍ଟ କର୍ମଚାରୀଙ୍କ ପୁଅ ବୋଲି ଜଣାପଡିଛି । ଗୁରୁତର ଆହତଙ୍କୁ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଖବର ପାଇ ପରଜଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ମୃତକଙ୍କ ଶରୀରକୁ ଡାକ୍ତରଖାନା ପଠାଇଛି ।

Related posts

କାଠୁଆରେ ପୁଣି ଦୁଷ୍ମର୍ମ

mahabharatanews

ଦିବ୍ୟାଙ୍ଗ ପରିବାରକୁ ମାଡ଼ ଘଟଣା: ନ୍ୟାୟ ପାଇଁ ମାନବାଧିକାର କମିଶନଙ୍କୁ ଲେଖିଲେ ଚିଠି

mahabharatanews

ନିର୍ଭୟା କାଣ୍ଡର ପୁନରାବୃତ୍ତି: ଗଣଦୁଷ୍କର୍ମ ପରେ ସମାନ ଢଙ୍ଗରେ ମହିଳାଙ୍କୁ ହତ୍ୟା

mahabharatanews