ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଓଡ଼ିଶା ଖଣି ନିଗମ (ଓଏମସି) ୧୦୦୦ କୋଟି ଟଙ୍କା ପ୍ରଦାନ କରିଛି । କମ୍ପାନୀ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୦୨୦-୨୧ ଆର୍ଥିକ ବର୍ଷର ମଧ୍ୟବର୍ତ୍ତିକାଳୀନ ଲାଭାଂଶରୁ ଏହି ରାଶି ପ୍ରଦାନ କରାଯାଇଛି ।
ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓଏମ୍ସି ପକ୍ଷରୁ ୧୦୦୦ କୋଟି ଟଙ୍କାର ଚେକ୍କୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନା, ଓଏମ୍ସିର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର, ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି. କେ. ପାଣ୍ଡିଆନ୍ ଏବଂ ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂହ ଉପସ୍ଥିତ ଥିଲେ ।