ଓଡିଶା

ରାଜ୍ୟସରକାରଙ୍କୁ ଓଏମସି ପକ୍ଷରୁ ୧ହାଜର କୋଟିର ଅର୍ଥରାଶି ପ୍ରଦାନ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଓଡ଼ିଶା ଖଣି ନିଗମ (ଓଏମସି) ୧୦୦୦ କୋଟି ଟଙ୍କା ପ୍ରଦାନ କରିଛି । କମ୍ପାନୀ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୦୨୦-୨୧ ଆର୍ଥିକ ବର୍ଷର ମଧ୍ୟବର୍ତ୍ତିକାଳୀନ ଲାଭାଂଶରୁ ଏହି ରାଶି ପ୍ରଦାନ କରାଯାଇଛି ।
ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓଏମ୍‌ସି ପକ୍ଷରୁ ୧୦୦୦ କୋଟି ଟଙ୍କାର ଚେକ୍‌କୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନା, ଓଏମ୍‌ସିର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର, ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି. କେ. ପାଣ୍ଡିଆନ୍ ଏବଂ ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂହ ଉପସ୍ଥିତ ଥିଲେ ।

 

Related posts

ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ନିରୀକ୍ଷଣ କଲେ ମୁଖ୍ୟ ଶାସନ ସଚିବ

mahabharatanews

ୱେବପୋର୍ଟାଲ ସମ୍ପାଦକଙ୍କ ନାଁରେ ଆଉ ଏକ ଅଭିଯୋଗ

mahabharatanews

ବାତ୍ୟା ଅସାନି ପ୍ରଭାବରେ ୧୦ ତାରିଖ ରୁ ୧୨ ତାରିଖ ଯାଏ ବର୍ଷା ସମ୍ଭାବନା

mahabharatanews