ଦେଶ ବିଦେଶ

ସ୍ତ୍ରୀ ଆଗରେ ସ୍ୱାମୀକୁ ପିଟିପିଟି ମାରିଦେଲେ

ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ ବଚସା ନେଲା ଉଗ୍ର ରୂପ।  ସ୍ତ୍ରୀ ଆଗରେ ସ୍ୱାମୀକୁ ପିଟିପିଟି ମାରିଦେଲେ ଶ୍ୱଶୁର ଘର ଲୋକେ। ଘଟଣା ଘଟିଛି  ରାଜଧାନୀ ଦିଲ୍ଲୀରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ୩୧ ବର୍ଷୀୟ ସଫ୍ଟୱେୟାର ଇଞ୍ଜିନିୟର ବିନୟ ଗୁପ୍ତା । ଏହି ଭୟଙ୍କର ହତ୍ୟା ପଛରେ ପତ୍ନୀ ଓ ତାଙ୍କ ପରିବାରର ୭ ଜଣ ସଦସ୍ୟ ରହିଥିବା ଅଭିଯୋଗ କରିଛନ୍ତି ପୀଡ଼ିତଙ୍କ ଘର ଲୋକ। ବିନୟ ଗୁପ୍ତା ପ୍ରାୟ ସାଢ଼େ ୩ ବର୍ଷ ତଳେ ରେଖା ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ। ବିବାହ ପରେ ସବୁ କିଛି ଠିକଠାକ ଥିଲା। ବିନୟ ଓ ରେଖା ଯମଜ ସନ୍ତାନର ବାପା-ମା’ ହୋଇଥିଲେ। ବିନୟ ନୋଏଡା ସ୍ଥିତ ଆଡୋବେରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାମ କରୁଥିଲେ। ସବୁ କିଛି ଠିକ ଠାକ ଚାଲିଥିଲା ବେଳେ ହଠାତ୍ ବିନୟ ଓ ରେଖାଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ତିକ୍ତତା। ନିଜର ଜଣେ ସନ୍ତାନକୁ ମେଡିସିନ ଦେବାକୁ କେନ୍ଦ୍ର କରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ବିନୟ ବଡ଼ ପାଟିରେ କଥାବାର୍ତ୍ତା କରିବାରୁ ରାଗି ଯାଇଥିଲେ ରେଖା। ଉଭୟଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା।

ପରେ ରେଖା  ଘର ଛାଡ଼ି ବାପ ଘରକୁ ଚାଲି ଯାଇଥିଲେ।  ପରେ ପରିବାର ଲୋକଙ୍କୁ ଧରି ବିନୟଙ୍କ ପାଖରେ ପହଞ୍ଚିଥିଲେ। ରେଖାଙ୍କ ସହ ଆସିଥିବା ତାଙ୍କର ୨ ଭାଇ, ଜଣେ ଭାଉଜ, ବାପା, ଦାଦା ଓ ଆଉ ଜଣେ ବ୍ୟକ୍ତି ଆସିଥିଲେ। ସେମାନେ ଦମ୍ପତିଙ୍କୁ ବୁଝାସୁଝା କରିବା ବଦଳରେ ବିନୟଙ୍କୁ ଘର ଭିତରେ ବନ୍ଦ କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି।  ଏଥିସହ ବିନୟଙ୍କୁ ତଳେ ପକାଇ ବିନୟଙ୍କ ଛାତିକୁ ବିଧା ଗୋଇଠା ମାରିଥିଲେ। ବିନୟଙ୍କ ବାପା ମା’ ଏଥିରେ ହସ୍ତକ୍ଷେପ କରିବାରୁ ରେଖାଙ୍କ ଘର ଲୋକ ସେମାନଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପରିବାର ଲୋକଙ୍କ କହିବା କଥା ଯେ ଆକ୍ରମଣ ଯୋଜନାବଦ୍ଧ ଥିଲା। କାରଣ ଘଟଣାର ଠିକ ପୂର୍ବରୁ ରେଖା ଘରେ ଲାଗିଥିବା ସିସିଟିଭି କ୍ୟାମେରାକୁ ବନ୍ଦ କରି ଦେଇଥିଲେ। ହେଲେ ରେଖା ଓ ତାଙ୍କ ଘର ଲୋକ କାର୍ରେ ବିନୟଙ୍କ ଘରକୁ ଆସିଥିବାର ଦୃଶ୍ୟ ଏଥିରେ କଏଦ ହୋଇସାରିଥିଲା। ଆକ୍ରମଣ ପରେ ରେଖା ଓ ତାଙ୍କ ଘର ଲୋକ ଚାଲି ଯାଇଥିଲେ। ଆକ୍ରମଣ ପରେ ବିନୟଙ୍କୁ ପଡ଼ୋଶୀମାନେ ଟେକି ନେଇ ଗୋଟିଏ ଚେୟାରରେ ବସାଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Related posts

ଆଇପିଏଲ୍‌ ଆରମ୍ଭରୁ ଦଳରୁ ବାଦ ପଡିଲେ ମହେନ୍ଦ୍ର ସିଂ ଧୋନି !

mahabharatanews

ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା: ଛୋଟ ଅସ୍ତ୍ରୋପଚାର ପାଇଁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି

mahabharatanews

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱର ପ୍ରମାଣ, ୧୩ ବର୍ଷ ମଧ୍ୟରେ ଏତିକି ସଂଖ୍ୟାରେ ବୃଦ୍ଧି ପାଇଛି ବିଜେପି ବିଧାୟକଙ୍କ ସଂଖ୍ୟା

mahabharatanews