ଭୁବନେଶ୍ୱର: ଶିକ୍ଷାର ବିକାଶ ପାଇଁ ସରକାର ବହୁବିଧ ପଦକ୍ଷେପ ନେଉଛନ୍ତି । କିନ୍ତୁ ରାଜ୍ୟରେ ବିଭିନ୍ନ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ହଜାର ହଜାର ପଦବୀ । ସେଥିମଧ୍ୟରୁ କେବଳ ବିଶ୍ୱବିଦ୍ୟାଳୟରେ ୧୦୦୭ଟି ପ୍ରଫେସର ପଦବୀ ଓ ୧୬୬୦ଟି ଅଣଶିକ୍ଷକ ପଦବୀ ଖାଲି ଥିବା ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଗୃହକୁ ଜଣାଇଛନ୍ତି କି, ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସର୍ବାଧିକ ୧୮୮ଟି ପ୍ରଫେସର ପଦବୀ ସହ ୧୬୨ଟି ଅଣଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୨୬ଟି ପ୍ରଫେସର ପଦବୀ ସହ ୬୭୯ଟି ଅଣଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ରାଜେନ୍ଦ୍ରରେ ୧୨୬ ପଦବୀ, କଳାହାଣ୍ଡିରେ ୧୧୨, ରମାଦେବୀରେ ୧୦୧, ବ୍ରହ୍ମପୁରରେ ୮୦, ଏମପିସିରେ ୭୬ ପଦବୀ ଖାଲି ପଡିଛି ।
ସେହିପରି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୬୧ଟି ପ୍ରଫେସର ପଦବୀ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୨୯, ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟରେ ୭୬, ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ୪୨, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ୬୬ଟି ପ୍ରଫେସର ପଦବୀ ଖାଲି ପଡ଼ିଥିବା ମନ୍ତ୍ରୀ ସାହୁ ସୂଚନା ଦେଇଛନ୍ତି । ଏଥିସହ ସେ ଆହୁରି ଗୃହକୁ ଜଣାଇଛନ୍ତି କି, ପ୍ରଫେସର ପଦବୀ ପୂରଣ ପାଇଁ ଲୋକସେବା ଆୟୋଗଙ୍କ ପକ୍ଷରୁ ଚୟନ ପ୍ରକ୍ରିୟ।। ଚାଲିଛି । ଅଣଶିକ୍ଷକ ପଦବୀ ପୂରା କରିବାକୁ ରାଜ୍ୟ
ଏହା ସହ ଖାଲି ପଡ଼ିଥିବା ପ୍ରଫେସର ପଦବୀ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ଚୟନ ପ୍ରକ୍ରିୟା ଜାରି ରହିଛି । ଅଣଶିକ୍ଷକ ପଦବୀ ପୂରଣ ରାଜ୍ୟ ପ୍ରବରଣ ମଣ୍ଡଳୀ ମାଧ୍ୟମରେ ପଦକ୍ଷେପ ଗ୍ରହଣ କରାଯାଉଛି ।