ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ୧୦ ହଜାର ୯୫୬ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ଓ ୩୯୬ ଜଣ ମୃତ୍ୟୁବରଣ କରିଛନ୍ତି । ଏହି ନୂଆ ସଂଖ୍ୟାକୁ ମିଶାଇଲେ ଶୁକ୍ରବାର ସକାଳ ସାଢ଼େ ୯ଟା ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୫୩୫ରେ ପହଞ୍ଚିଛି । ମୃତ୍ୟୁ ସଂଖ୍ୟା ୮୪୯୮କୁ ବୃଦ୍ଧି ପାଇଛି । ବର୍ତ୍ତମାନ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧ ଲକ୍ଷ ୪୭ ହଜାର ୧୯୪ ସୁସ୍ଥ ହୋଇଥିବାବେଳେ ୧ଲକ୍ଷ ୪୧ ହଜାର ୮୪୨ ଜଣ ଚିକିତ୍ସାଧୀନ ଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ କିଛିଦିନ ହେବ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ତୁଳନାରେ ଆରୋଗ୍ୟ ହାର ଅଧିକ ରହିଛି।
previous post
