ଓଡିଶା

ହଷ୍ଟେଲ ଛାତରୁ ପଡି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟ

ରାୟଗଡା : ମାଟ୍ରିକ ପରୀକ୍ଷା ଦେବାକୁ ଆସି ଛାତରୁ ପଡି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ କପାପଦର ହାଇସ୍କୁଲରେ ଅଘଟଣ । ହଷ୍ଟେଲ ଛାତରୁ ପଡି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟ ହୋଇଛି । ମୃତ ଛାତ୍ର ଜଣକ ହେଉଛନ୍ତି ଭରତ ବିଡିକା । କପାପଦର ହାଇସ୍କୁଲର ହଷ୍ଟେଲରେ ରହି ପରୀକ୍ଷା ଦେଉଥିଲେ ଭରତ ।

ସେ ଗତ କାଲି ରାତିରେ ହଷ୍ଟେଲ ଛତରୁ ପଡିଯାଇଥିଲେ ପରେ ସ୍କୁଲ କର୍ତ୍ତୁପକ୍ଷ ଦେଖି ୧୦୮ ଆମ୍ବୁଲାନ୍ସ ଦ୍ୱାରା ବିଷମ କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପରେ ପୁଅର ମୃତ୍ୟ ଖବର ପାଇ ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିଥିଲେ । ପୁଅର ମୃତ୍ୟ କିପରି ହେଲା ତାକୁ ତଦନ୍ତ କରିବାକୁ ଦାବି କରିଛନ୍ତି ପରିବାର ଲୋକେ ଓ ସ୍ଥାନୀୟ ସରପଞ୍ଚ ।

Related posts

ଦେଶୀ ମଦ ଭାଟି ଠାବ କରି ଭାଙ୍ଗିଲେ ସ୍ୱତନ୍ତ୍ର ସ୍କ୍ୱାଡ୍

mahabharatanews

ଟଙ୍କା ଲୁଟକାରୀ ୨ ଗିରଫ

mahabharatanews

ରାଜ୍ୟରେ କରୋନାଜନିତ ମୃତ୍ୟୁ ୧୬୨୫କୁ ବୃଦ୍ଧି

mahabharatanews