ଓଡିଶା

ଆସନ୍ତାକାଲି ଲଘୁଚାପ କ୍ଷେତ୍ରରେ ପରିଣତ ହେବ ଘୂର୍ଣ୍ଣିବଳୟ

(ଭୁବନେଶ୍ୱର) : ଆଣ୍ଡାମାନ ସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୬ ତାରିଖ ସୁଦ୍ଧା ତାହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ବାତ୍ୟା ହେଲେ କେଉଁଠି ଲ୍ୟାଣ୍ଡଫଲ୍‌ କରିବ,ତୀବ୍ରତା କେତେ ରହିବ ଆଦିର ଆକଳନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସ୍ପଷ୍ଟ ହୋଇପାରିବ ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସୂଚନାନୁଯାୟୀ , ୬ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ପରବର୍ତ୍ତୀ ୨୪ରୁ ୪୮ ଘଣ୍ଟାରେ ଏହା ଅବପାତରେ ପରିଣତ ହେବ। ଏବେ ସୁଦ୍ଧା ଲ୍ୟାଣ୍ଡଫଲ୍‌ର ପୂର୍ବାନୁମାନ କରାଯାଇନି। ବାତ୍ୟା ହେଲେ ତାହା କେତେ ତୀବ୍ର ହେବ, କେଉଁ ଉପକୂଳରେ ପହଞ୍ଚିବ, କେଉଁ ଅଞ୍ଚଳ ବେଶି କ୍ଷତିଗ୍ରସ୍ତ ହେବ ସେ ନେଇ କିଛି ଆକଳନ କରାଯାଇନି।

 

Related posts

ଜଙ୍ଗଲ କାଟି ଗ୍ରାମ ବସାଇବା ଅଭିଯୋଗରେ ଗୁଳି କରି ହତ୍ୟା କଲେ ମାଓବାଦୀ

mahabharatanews

ସଞ୍ଜୟ ଦାସବର୍ମା ହେଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ

mahabharatanews

ହୋଇପାରେ ଲଘୁଚାପ ! ଦୁଇଦିନ ପ୍ରବଳ ବର୍ଷା

mahabharatanews