ଓଡିଶା

ଚାଷୀଙ୍କ ଚିନ୍ତା ବଢ଼ାଇଲା ସାର ସଂକଟ, ବାଧ୍ୟତାମୂଳକ ତରଳ ସାର ବିକ୍ରି ଅଭିଯୋଗ

ଚାଷୀଙ୍କ ପାଇଁ ଏବେ ସବୁଠୁ ବଡ଼ ଚିନ୍ତାର କାରଣ ପାଲଟିଛି ସାର ସଂକଟ। କ୍ଷେତରେ ଧାନ ତଳି ବଡ଼ ହୋଇଗଲାଣି ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଜମିରେ ସାର ପ୍ରୟୋଗ କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି, କିନ୍ତୁ ବଜାରରେ ସାରର ଅଭାବ ଏବଂ ଦୋକାନୀଙ୍କ ମନମୁଖୀ କାର୍ଯ୍ୟାନୁଷ୍ଠାନ ଚାଷୀଙ୍କୁ ବହୁତ ଅସୁବିଧାରେ ପକାଇଛି। କେଉଁଠି ସମବାୟ ସମିତିରେ ସାର ଗଚ୍ଛିତ ଥାଇ ମଧ୍ୟ ଚାଷୀଙ୍କୁ ମିଳୁନି, ତ ଆଉ କେଉଁଠି ସାର ବସ୍ତା ସହିତ ଜୋରଜବରଦସ୍ତି ମହଙ୍ଗା ଲିକ୍ୟୁଡ୍ ବା ତରଳ ସାର କିଣିବାକୁ ବାଧ୍ୟ କରାଯାଉଛି।

Situation of Farmer's & Agriculture in India

ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଖଣ୍ଡଦେଉଳି ସୋସାଇଟି ଅଧୀନରେ ଥିବା ଆଠଟି ଗାଁର ଚାଷୀମାନେ ଏବେ ସାର ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୋସାଇଟି ଗୋଦାମରେ ଦୀର୍ଘ ଦୁଇ ମାସ ହେଲା ସାର ଗଚ୍ଛିତ ହୋଇ ପଡ଼ିରହିଥିଲେ ମଧ୍ୟ ଚାଷୀଙ୍କୁ ବଣ୍ଟନ କରାଯାଉନାହିଁ। ସୋସାଇଟିର ଚାର୍ଜ ହସ୍ତାନ୍ତର ଏବଂ ମେସିନ୍ ସମସ୍ୟା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ବାଧ୍ୟ ହୋଇ ଚାଷୀମାନେ ବାହାର ବଜାରରୁ ଚଢ଼ା ଦରରେ ସାର କିଣୁଛନ୍ତି।

Odisha Govt To Set Up KAALIA Centre In Every District | OdishaBytes

ସେହିପରି ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ସାର ଦୋକାନୀମାନେ ଚାଷୀଙ୍କ ପ୍ରତି ବେପରୁଆ ନୀତି ଆପଣାଇଛନ୍ତି। ସାର ବସ୍ତା କିଣିବାକୁ ଗଲେ ସେଥିସହିତ ବାଧ୍ୟତାମୂଳକ ଭାବେ ଲିକ୍ୟୁଡ୍ ସାର ନେବାକୁ ପଡ଼ୁଛି। ଯଦି କୌଣସି ଚାଷୀ ଲିକ୍ୟୁଡ୍ ସାର ନେବାକୁ ମନା କରୁଛନ୍ତି, ତେବେ ମଧ୍ୟ ତରଳ ସାର ବାବଦକୁ ଅତିରିକ୍ତ ଟଙ୍କା ପୈଠ କଲେ ଯାଇ ସାଧାରଣ ସାର ବସ୍ତା ମିଳୁଛି ବୋଲି ଅଭିଯୋଗ ହୋଇଛି। ବଜାରରେ ଗ୍ରୋମର ସାର ବସ୍ତାର ଦର ଏଗାର ଶହ ପଚାଶ ଟଙ୍କା ଥିବାବେଳେ, ସେଥିସହିତ ପାଞ୍ଚ ଶହ ପଚାଶ ଟଙ୍କିଆ ଗ୍ରୋମର ଲିକ୍ବିଡ୍‌ ସାର ମିଶାଇ ମୋଟ ପଚିଶ ଶହ ଟଙ୍କା ଆଦାୟ କରାଯାଉଛି। ସେହିପରି ୟୁରିଆ ବସ୍ତା ସହ ଲିକ୍ବିଡ୍‌ ମିଶାଇ ଦାମ୍ ପାଞ୍ଚ ଶହ ଟଙ୍କା ଯାଏଁ ନିଆଯାଉଛି।

Majority marginal farmers don't want to leave agriculture: Study -  Telangana Today

ନିୟମ ଅନୁସାରେ ଷାଠିଏ ଭାଗ କଠିନ ସାର ଏବଂ ଚାଳିଶ ଭାଗ ତରଳ ସାର ବିକ୍ରି କରାଯାଉଛି। କିନ୍ତୁ କିଛି ନ ବଳି ପଡ଼ି ଚାଷୀମାନେ ଅଧିକ ଟଙ୍କା ଦେଇ ଏହାକୁ କିଣୁଥିଲେ ମଧ୍ୟ ଜମିରେ ଏହାକୁ କିପରି ଏବଂ କେମିତି ପ୍ରୟୋଗ କରାଯିବ, ସେନେଇ ସଠିକ୍ ଜ୍ଞାନ ନଥିବାରୁ ଗଭୀର ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। ଚାଷ କାର୍ଯ୍ୟର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ସାରର ଏପରି ସମସ୍ୟା ଚାଷୀକୁଳଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି ଏବଂ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

Related posts

ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 

mahabharatanews

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ; ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ଆାଇଏଏସ ସ୍ତରରେ ଅଦଳବଦଳ

mahabharatanews