ନୂଆଦିଲ୍ଲୀ: ସମଗ୍ର ଦେଶରେ ଆଜି ସକାଳ ସୁଦ୍ଧା ୨୭୬୫୮୩ ଜଣ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୩୫୨୦୫ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୭୭୪୫ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୧୩୩୬୩୨ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।
ମହାରାଷ୍ଟ୍ରରେ ସର୍ବାଧିକ ୩୨୮୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୭୭ ଜଣ, ଆସାମରେ ୪ ଜଣ, ବିହାରରେ ୩୨ଜଣ, ଚଣ୍ଡିଗଡ଼ରେ ୫ ଜଣ, ଛତିଶଗଡ଼ରେ ୬ ଜଣ, ଦିଲ୍ଲୀରେ ୯୦୫ ଜଣ, ଗୁଜରାଟରେ ୧୩୧୩ ଜଣ, ହରିୟାଣାରେ ୪୫ ଜଣ, ହିମାଚଳ ପ୍ରଦେଶରେ ୫ ଜଣ, ଜମ୍ମୁ ଓ କଶ୍ମୀରରେ ୪୮ ଜଣ, ଝାଡ଼ଖଣ୍ଡରେ ୮ ଜଣ, କର୍ଣ୍ଣାଟକରେ ୬୬ ଜଣ, କେରଳରେ ୧୬ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୪୨୦ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୯ ଜଣ, ପଞ୍ଜାବରେ ୫୫ ଜଣ, ରାଜସ୍ଥାନରେ ୨୫୫ ଜଣ, ତାମିଲନାଡୁରେ ୩୦୭ ଜଣ, ତେଲେଙ୍ଗାନାରେ ୧୪୮ ଜଣ, ତ୍ରିପୁରାରେ ୧ଜଣ, ଉତ୍ତରାଖଣ୍ଡରେ ୧୩ ଜଣ, ଉତ୍ତରପ୍ରଦେଶରେ ୩୦୧ ଜଣ ଏବଂ ପଶ୍ଚମବଙ୍ଗରେ ୪୧୫ ଜଣ।
previous post