ଓଡିଶା

ଆଜି ରାଜ୍ୟରେ୧୦୭ କ୍ୱାରେଣ୍ଟାଇନ କେନ୍ଦ୍ରର, ୫ ଲୋକାଲ

ଭୁବନେଶ୍ୱର : ଆଜି ଆମ ରାଜ୍ୟରେ ଆଉ ୧୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮କୁ ବୃଦ୍ଧି ପାଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦେଇଛି । ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରର ହୋଇଥିବା ବେଳେ ୫ ଲୋକାଲ ସଂକ୍ରମିତ । ଏହାସହ ୧୧୨ ଆକ୍ରାନ୍ତଙ୍କ ମଧ୍ୟରେ ୨୧ ଜଣ ଏନଡ଼ିଆରଏଫ, ଓଡ଼ିଆରଏଏଫ ଓ ଅଗ୍ନିଶମ କର୍ମଚାରୀ ରହିଛନ୍ତି। ପୁରୀ ଜିଲାରୁ ସର୍ବାଧିକ ୧୫, ଖୋର୍ଦ୍ଧା ୮, ମୟୂରଭଞ୍ଜ ୭, ଅନୁଗୋଳ ଓ ଗଞ୍ଜାମରୁ ୬ ଲେଖାଏଁ, କେନ୍ଦୁଝର, ସମ୍ବଲପୁର, ଗଜପତି, ବଲାଙ୍ଗିର ଓ ବାଲେଶ୍ବରରୁ ୫ ଲେଖାଏଁ, ନୟାଗଡ଼ ଓ ସୁନ୍ଦରଗଡ଼ରୁ ୪ ଲେଖାଏ, ଯାଜପୁର, ମାଲକାନଗିରି, କଟକ ଓ ବୌଦ୍ଧରୁ ୩ ଲେଖାଏଁ ଏବଂ ଝାରସୁଗୁଡ଼ା ଓ ଦେବଗଡ଼ରୁ ୨ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ଟିଭ କେସ ୧୧୩୧ ଥିବା ବେଳେ ୨୩୫୪ ଜଣ ସୁସ୍ଥ ହୋଇଛନ୍ତି।

Related posts

ଦେଶରେ ଓଡିଶା ମଦ୍ୟପାନ ଜନିତ ମୃତ୍ୟୁରେ  ଦ୍ୱିତୀୟ

mahabharatanews

 ସ୍ୱଚ୍ଛ ସର୍ବେକ୍ଷଣ- ୨୦୨୩ ଓ ଇଣ୍ଡିଆନ ସ୍ୱଚ୍ଛତା ଲିଗ୍ ସମ୍ବଦ୍ଧୀୟ ଏକ କର୍ମଶାଳା ଅନୁଷ୍ଠିତ

mahabharatanews

ସତ୍ୟବାନଙ୍କ ଚିନ୍ତା ବଢାଇଲାଣି ଫଳଦର

mahabharatanews