ଅପରାଧ

ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଭିଜିଲାନସ କବଜାରେ

ବାରିପଦା: ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଭିଜିଲାନସ ଜାଲରେ । ବାରିପଦାରୁ ୩ ଲକ୍ଷ ୯୧ ହଜାର ଟଙ୍କା ନଗଦ କ୍ୟାଶ ନେଇ ଯାଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁକରିବାରେ ସକ୍ଷମ ହୋଇଛି । ଭିଜିଲାନ୍ସ ଜାଲରେ ପଡିଥିବା ଅଧିକାରୀ ହେଲେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ଅଭୟ ତ୍ରିପାଠୀ । ତାଙ୍କ ନାମରେ ପୂର୍ବରୁ ବହୁ ଅଭିଯୋଗ ରହିଥିଲା । ଆଜି ସେ ବାରୁପଦାରୁ ଭୁବନେଶ୍ୱର ତାଙ୍କ ଘରକୁ ଯାଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡିବସିଛି । ଏହି ଚଢାଉରେ ବାରିପଦା ଓ ବାଲେଶ୍ୱର ଭିଜିଲାନ୍ସର ଅଧିକାରୀ ସମ୍ପୃକ୍ତ ଅଛନ୍ତି ।
ଆଜି ସକାଳୁ ତ୍ରିପାଠୀ, ଭୁବନେଶ୍ୱର ଖଣ୍ଡଗିରିରେ ଥିବା ତାଙ୍କ ଘରକୁ ଯାଉଥିବା ଖବର ପାଇ ବେତନଟୀରେ ତାଙ୍କୁ ଭିଜିଲାନ୍ସ କାବୁ କରିଛି । ତାଙ୍କ ନିକଟରୁ ୩ ଲକ୍ଷ ୯୧ ହଜାର ଟଙ୍କା ନଗଦ ଜବତ ମଧ୍ୟ କରିଛି ଭିଜିଲାନ୍ସ ଓ ତାଙ୍କୁ ଭିଜିଲାନ୍ସ ଅଫିସକୁ ଆଣି ସ୍ୱଳ୍ପ ପଚରା ଉଚରା କରିବା ସହ ବାରିପଦା ପୌରାଞ୍ଚଳ ଅନ୍ତର୍ଗତ ମଧୁବନ ସ୍ଥିତ ରାଣୀ ସତୀ ମନ୍ଦିର ନିକଟରେ ଥିବା ତାଙ୍କ ବାସଭବନ, ଖଣ୍ଡଗିରିବାରି ସ୍ଥିତ ଘର, ସରକାରୀ କାର୍ୟ୍ୟାଳୟ ଉପରେ ଏକକାଳୀନ ଚଢାଉ ଜାରି ରଖିଛି ।

Related posts

ବାଇକ ଧକ୍କାରେ ବୃଦ୍ଧ ମୃତ

mahabharatanews

ଟାୟାରରେ ନିଆଁ ଲଗାଇ ହାତୀର ବିଭତ୍ସ ହତ୍ୟା

mahabharatanews

ହାଥରସରେ ହିଂସା ସୃଷ୍ଟିକରିବାକୁ ଯାଉଥିବା ୪ ପିଏଫଆଇ ସଦସ୍ୟ ଗିରଫ

mahabharatanews