ଓଡିଶାରାଜନୀତି

ପର୍ଯ୍ୟଟନ ସମ୍ଭାରର ପ୍ରଚାର ପାଇଁ ଖର୍ଚ୍ଚ ହୋଇଛି ୧୧୭ କୋଟି ଟଙ୍କା

ଗୃହରେ ଉତ୍ତର ରଖିଲେ ପର୍ଯ୍ୟଟନ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ସମ୍ଭାରର ପ୍ରଚାର ପାଇଁ ବିଭାଗ ପକ୍ଷରୁ ୨୦୨୧ -୨୨ ଆର୍ଥିକ ବର୍ଷରେ ୧୧୭ କୋଟି ଖର୍ଚ୍ଚ କରାଯାଇଛି। ଯହାକି ଗତ ବର୍ଷ ଠାରୁ ପ୍ରାୟ ୨୨ କୋଟି ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାର ୨୦୧୪ ଠାରୁ ୨୦୨୨ ମଧ୍ୟରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ସେନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ପ୍ରଶ୍ନ କରିଥିଲେ। ଉତ୍ତରରେ ୨୦୧୪-୧୫ ଆର୍ôଥକ ବର୍ଷରେ ପର୍ଯ୍ୟଟନର ବିକାଶ, ପ୍ରଚାର ଓ ପ୍ରସାର ପାଇଁ କେବଳ ୨୪ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଯାହା ବର୍ତ୍ତମାନ ୧୧୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଓଟିଡିସି ପକ୍ଷରୁ ପ୍ରାୟୋଜିତ କାର୍ଯ୍ୟକ୍ରମରେ ୨୦୨୦-୨୧ ଆର୍ôଥକ ବର୍ଷରେ ଦୂରଦର୍ଶନ ଓଡି଼ଆରେ ଆମ ଘର ଆମ ହାଣ୍ଡିଶାଳ ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପରି ଜୀ ଓି୍ୱଓନ, ଜୀ ବିଜିନେଓ ଚ୍ୟାନେଲକୁ ଡିସକଭରିଂ ଓଡି଼ଶା ପାଇଁ ୫୩ ଲକ୍ଷ ଟଙ୍କା, ଜୁମ୍ ଷ୍ଟୁଡିଓ ଚ୍ୟାନେଲର ରି-ୟୁନିଅନ ପାଇଁ ୪୧୩ ଲକ୍ଷ ଟଙ୍କା, ନ୍ୟୁଜ ୭କୁ ଏକ୍ସପ୍ଲୋର ଓଡି଼ଶା ପାଇଁ ୭.୧୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏଥି ସହିତ ଜୀ ସାର୍ଥକ ଚ୍ୟାନେଲକୁ ମଧ୍ୟ ଆମ ଘର ଆମ ହାଣ୍ଡିଶାଳ ପାଇଁ ୩୧.୨୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପାତ୍ର ଗୃହରେ ଉତ୍ତର ରଖିଥିଲେ।

Related posts

ଜମିପଟ୍ଟା ପ୍ରଦାନ ଦାବିରେ ବସ୍ତିବାସିନ୍ଦାଙ୍କ ପ୍ରତିବାଦ

mahabharatanews

ବନ୍ୟା କ୍ଷୟକ୍ଷତି; ୧୫ ଜିଲ୍ଲାରୁ ୧.୨୦ଲକ୍ଷ ଲୋକ ପ୍ରଭାବିତ 

mahabharatanews

ହାଣ୍ଡିଶାଳେ ଲାଗିଛି ନିଆଁ

mahabharatanews