ଓଡିଶା

ଜମିପଟ୍ଟା ପ୍ରଦାନ ଦାବିରେ ବସ୍ତିବାସିନ୍ଦାଙ୍କ ପ୍ରତିବାଦ

(ଭୁବନେଶ୍ୱର)  : ସାଲିଆ ସାହି ବସ୍ତିବାସିନ୍ଦାଙ୍କ ପ୍ରତିବାଦ। ବିଧାନସଭା ସାମ୍ନାରେ ପୋଲିସ-ବସ୍ତି ବାସିନ୍ଦା ଧସ୍ତାଧସ୍ତି । ଜଙ୍ଗଲ ଜମିର ରାଜସ୍ୱ ଜମିପଟ୍ଟା ପ୍ରଦାନ ଦାବିରେ ତେଜିଲା ଆନ୍ଦୋଳନ । ସାଲିଆ ସାହିକୁ ସର୍ଭେରୁ ବାଦ ଦିଆଯାଇଥିବାରୁ ଏକାମ୍ର କାନନରୁ ଜୟଦେବ ବିହାର ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଛନ୍ତି ବସ୍ତି ବାସିନ୍ଦା ।

ସୂଚନାନୁଯାୟୀ , ସାଲିଆସାହି ବସ୍ତିକୁ ୬ ଶହ ଫୁଟର ଜମିପଟ୍ଟା ପ୍ରଦାନ କରିବା ଏବଂ ଜଙ୍ଗଲ ଅଧିକାର ଆଇନ ଲାଗୁ କରିବା ଏବଂ ୨ ଶହ ଫୁଟିଆ ରାସ୍ତା ତିଆରିକୁ ବିରୋଧ କରି ଆଜି ରାସ୍ତାକୁ ଓହ୍ଲାଇଛନ୍ତି ବସ୍ତିବାସିନ୍ଦା ।ଭୁବନେଶ୍ୱରର ସମସ୍ତ ବସ୍ତିକୁ ସର୍ଭେ କରାଯାଇ ଅଧିକାର ଦିଆଯାଉଥିବା ବେଳେ ଏଥିରୁ ବାଦ ପଡିଛି ସାଲିଆ ସାହିଁ । ସାଲିଆ ସାହି ଜଙ୍ଗଲ ଜମିରେ ଥିବାରୁ ୨୦୧୭ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଆଇନରେ ଜମି ପ୍ରଦାନ କରାଯାଇପାରିବ ନାହିଁ ବୋଲି ଦର୍ଶାଯାଇଛି । ଯାହାକୁ ନେଇ ବର୍ତ୍ତମାନ ବିବାଦ ସୃଷ୍ଟି ହୋଇଛି ।

Related posts

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ; ୨୬୯ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ସମ୍ବଲପୁର ଜିଲ୍ଲା ପିଥମପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ

mahabharatanews

ସାପ କାମୁଡ଼ାରେ ସାପ ଧରାଳି ମୃତ

mahabharatanews