ଭାରତ

ବୈଷ୍ଣୋଦେବୀ ଭବନ ଦଳା ଚକଟାରେ ୧୨ ମୃତ୍ୟୁ

ଶ୍ରୀନଗର: ଜମ୍ମୁ କାଶ୍ମୀରର କଟରାରେ ବୈଷ୍ଣୋଦେବୀ ଭବନରେ ଦଳା ଚକଟାରେ ୧୨ ଶ୍ରାଦ୍ଧାଳୁଙ୍କ ମୃତ୍ୟୁ । ଏଜାବତ୍ ୨୦ ଶ୍ରଦ୍ଧାଳୁ ଆହତ ହୋଇଥିବା ସୂଚନା ଥିବା ବେଳେ ଏହି ସଂଖ୍ୟା ବୃଦ୍ଧି ହେବାର ଆଶଙ୍କା ରହିଛି । ବୈଷ୍ଣୋଦେବୀ ଭବନରେ ମାତ୍ରାଧିକ ଭିଡ କାରଣରୁ ଏହିପରି ଘଟିଥିବା କୁହାଯାଉଛି ।
ଦଳାଚକଟାର ଭିଡିଓ ଦେଖିଲେ ଏପରି ଘଟଣା ଘଟିବା କିଛି ବଡ କଥା ନୁହେଁ ବୋଲି କୁହାଯାଉଛି । ତେବେ ଏନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି, ଭିଡ ନିୟନ୍ତ୍ରଣ ସତ୍ତେ୍ୱ ଲୋକେ ଗହଳି କରିଥିଲେ । ଏହା ବ୍ୟତୀତ, ପ୍ରବଳ ଭିଡ ମଧ୍ୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା, ଯାହା ପରେ ଧକ୍କା ପେଲାରେ ପରିଣତ ହୋଇଥିଲା । ଫଳରେ ସେଠାରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଧାଁ ଦୌଡ ଆରମ୍ଭ ହୋଇଯାଇଥିଲା ।
ସାଧାରଣତଃ ବୈଷ୍ଣୋଦେବୀ ପୀଠ ଅନ୍ୟ ଧାର୍ମିକ ପୀଠଠାରୁ ଅଧିକ ଅନୁଶାସିତ ଓ ବ୍ୟବସ୍ଥିତ ହୋଇଥାଏ । ଏଠାର ସୁବିଧା ମଧ୍ୟ ବିଶ୍ୱସ୍ତରୀୟ । କିନ୍ତୁ ନୂଆ ବର୍ଷ ଅବସରରେ ଯେଉଁ ମାତ୍ରାରେ ଭିଡ ହୋଇଥିଲା ତାହାକୁ ନିୟନ୍ତ୍ରଣ କରିବାରେ ପ୍ରଶାସନିକ ବ୍ୟବସ୍ଥା ଯଥେଷ୍ଟ ନ ଥିଲା ।

Related posts

Viral Video: ଦ୍ରୁତ ଗତି ମହାବିପତ୍ତି, ଆଖି ପିଛୁଳାକେ ଚାଲିଗଲା ୩ ଜୀବନ

mahabharatanews

ଅର୍ଦ୍ଧସାମରିକ ବାହିନୀରେ ଖାଲିପଡିଛି ୮୪ ହଜାର କନେଷ୍ଟବଳ ପଦବୀ

mahabharatanews

ଚାଲିଛି  ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ

mahabharatanews

Leave a Comment