ଓଡିଶା

ଆଜି ରାଜ୍ୟରେ ୧୨୦ ଆରୋଗ୍ୟ

ଭୁବନେଶ୍ୱର: ରାଜ୍ୟରେ  ୧୨୦ କରୋନା ରୋଗୀ ଆରୋଗ୍ୟ ହୋଇଛନ୍ତି । ଏହା ପରେ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୫୯୪ ହୋଇଛି । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରେ ୩୩, ଗଜପତିରେ ୧୮, ସୋନପୁରରେ ୧୩, ବାଲେଶ୍ୱରରେ ୧୨, ବଲାଙ୍ଗୀର ଓ ଖୋର୍ଧାରେ ୮, ମୟୂରଭଞ୍ଜରେ ୭, କଟକରେ ୪, ଯାଜପୁର, ନୟାଗଡ ଓ ନୂଆପଡାରେ ୩, ଡେଙ୍କାନାଳ, ପୁରୀ, ରାୟଗଡାରେ ୨ ଲେଖାଏଁ, କେନ୍ଦ୍ରପଡା ଓ କଳାହାଣ୍ଡିରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଟ୍ୱିଟ କରି ସୂଚନା ଦିଆଯାଇଛି ।
ଶନିବାର ରାଜ୍ୟରେ ସର୍ବକାଳୀନ ରେକର୍ଡ ଭାଙ୍ଗି ୨୨୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୯୬ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଅନ୍ୟ ୨୯ ଜଣ ସ୍ଥାନୀୟ ଅଞ୍ଚଳର ।

Related posts

ପରୀ ହତ୍ୟା: ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

mahabharatanews

ଭଙ୍ଗା ଦଦରା କୁଡ଼ିଆ ମୋତିଙ୍କ ଏକମାତ୍ର ସାହାରା

mahabharatanews

ଆଜିଠୁ ରୋପୱେର ମଜା ନେଇପାରିବେ ପର୍ଯ୍ୟଟକ 

mahabharatanews