ଓଡିଶା

୨୦ ରୁଟ୍‌ରେ ଚାଲିବନି ସରକାରୀ ବସ

ଭୁବନେଶ୍ୱର: ରାଜ୍ୟ ସରକାର ଦୀର୍ଘ ୨ ମାସର ବ୍ୟବଧାନ ପରେ ରାଜ୍ୟରେ ବସ ଚଳାଚଳ ଅନୁମତି ଦେଇଥିଲେ ମଧ୍ୟ ରାଜ୍ୟର ଅନେକ ଅଞ୍ଚଳରେ ଯାତ୍ରୀ ହେଉ ନାହାନ୍ତି । ଯାତ୍ରୀ ଅଭାବରୁ ବସ ଖାଲି ଯାଉଛି । ତେଣୁ ସରକାରୀ ବସ୍ ଚଳାଚଳ ବନ୍ଦ କରିବାକୁ ବିଭାଗ ନିଷ୍ପତ୍ତି ନେଇଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।
ସେ କହିଛନ୍ତି, ଏବେ ୬୬ ରୁଟ୍‌ରୁ ୨୦ଟି ରୁଟ୍‌ରେ ସରକାରୀ ବସ୍ ଚାଲୁରହିଛି । କିନ୍ତୁ ବସରେ ଲୋକ ହେଉ ନାହାନ୍ତି। ଗୋଟିଏ ଲେଖା ବସରେ ଅତି ବେଶିରେ ୪ରୁ ୫ ଜଣ ଯାତ୍ରୀ ହେଉଛନ୍ତି। ଫଳରେ ସରକାର କ୍ଷତି ସହିବେ। ଏଣୁ ବାଧ୍ୟ ହୋଇ ସରକାରୀ ବସ୍ ଚଳାଚଳ ବନ୍ଦ କରାଯିବ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଅନ୍ତଃରାଜ୍ୟ ବସ୍ ଚଳାଚଳରେ କିଛି ଅସୁବିଧା ନାହିଁ। ଏଣେ ଅନିଶ୍ଚିତତା ଭିତରେ ଅନ୍ତଃରାଜ୍ୟ ବସ୍ ଚଳାଚଳ ସେବା ରହିଥିବା କୁହାଯାଉଛି। ଏବେ ସୁଦ୍ଧା ଏନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବା କୌଣସି ରାଜ୍ୟ ସହ କଥାବାର୍ତ୍ତା ହୋଇ ନ ଥିବା ସୂଚନା ଦେଇଛନ୍ତି ପଦ୍ମନାଭ ବେହେରା।

Related posts

ଆକ୍ସନ ମୋଡରେ ସରକାର, ଅରବିନ୍ଦ ପାଢ଼ୀଙ୍କୁ ଗୁରୁ ଦାୟିତ୍ବ

mahabharatanews

ମହାକାଳପଡାର ସଚେତନ ନାଗରିକଙ୍କ ସାମ୍ବାଦିକ ସମ୍ମିଳନୀ…

mahabharatanews

ନାଟ୍ୟକାର ବିଜୟ ମିଶ୍ରଙ୍କ ଶେଷକୃତ୍ୟ ପୁରୀ ସ୍ଵର୍ଗଦ୍ୱାରରେ ସଂପର୍ଣ୍ଣ

mahabharatanews