Uncategorized

ନେପାଳ: ନୂତନ ନକ୍ସାକୁ କାଠମାଣ୍ଡୁରେ ବିରୋଧ

ନୂଆଦିଲ୍ଲୀ: ନେପାଳରେ ବିରୋଧ । ନେପାଳ ସରକାର ଦ୍ୱାରା ପ୍ରସ୍ତୁତ ନୂତନ ନକ୍ସାକୁ ନେଇ ଏହି ବିରୋଧ ଦେଖିବାକୁ ମିଳିଛି । ନୂତନ ନକ୍ସା ପ୍ରସ୍ତାବ ଉପରେ ଆଜି ସଂସଦରେ ଭୋଟ୍ ହେବାର ଅଛି। ଏହି ନକ୍ସାରେ ଭାରତର କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରା ଅଞ୍ଚଳକୁ ସାମିଲ କରିବାକୁ ନେଇ ନେପାଳରେ ବିରୋଧ ପ୍ରଦର୍ଶନ ଚାଲିଛି । ଗତକାଲି ମଧ୍ୟ ଏହି ନକ୍ସାକୁ ନେଇ ବିରୋଧ ପ୍ରଦର୍ଶନ ହୋଇଥିଲା । ଏହା ପରେ ନେପାଳ ବୈଦେଶିକ ମନ୍ତ୍ରୀ ପ୍ରଦୀପ ଗ୍ଵାଭଲି ଲୋକଙ୍କୁ ପ୍ରଦର୍ଶନ ନକରିବାକୁ ଅନୁରୋଧ କରିଥିଲେ।
ଗ୍ଵାଭଲି କହିଥିଲେ, ଶନିବାର ଦେଶର ସଂସଦରେ ଐତିହାସିକ ବିଧେୟକ ଉପରେ ନିଷ୍ପତ୍ତି ନିଆଯିବ। ଏଥିପାଇଁ ପ୍ରଦର୍ଶନକାରୀଙ୍କୁ ଅପିଲ୍ କରିଥିଲେ ଯେ, ସେମାନେ କୌଣସି ପ୍ରକାରର ବିରୋଧ ପ୍ରଦର୍ଶନରେ ସାମିଲ ନହୁଅନ୍ତୁ। ଏଥିରେ ଦେଶରେ ଭୁଲ୍ ସନ୍ଦେଶ ଯିବ। ଆମେ ନିଜର ଜମିକୁ ନକ୍ସାରେ ସାମିଲ କରି ଏକ ଉଦାହରଣ ସୃଷ୍ଟି କରିବାକୁ ଚାହୁଁଛୁ। ସମସ୍ତ ରାଜନୈତିକ ଦଳ ମଧ୍ୟ ଏହାର ସମର୍ଥନ କରି ଏକଜୁଟତା ଦେଖାଇଛନ୍ତି। ଏଥିପାଇଁ ସାଧାରଣ ଜନତାଙ୍କୁ ମଧ୍ୟ ସରକାରଙ୍କ ବିରୋଧରେ ନଯାଇ ସରକାରଙ୍କୁ ସମର୍ଥନ କରି ନକ୍ସାକୁ ନେଇ ଖୁସି ପ୍ରକାଶ କରିବା ଉଚିତ୍।

Related posts

ରୂପି ଓ ଚନ୍ଦାପଣକୁ ମୁକ୍ତି ଦେବ ଗୋଲମରିଚ, ଜାଣନ୍ତୁ କେମିତି କରିବେ ପ୍ରୟୋଗ

mahabharatanews

ଜାଣନ୍ତୁ ଭୋଜନ ଆରମ୍ଭରେ ରାଗ ଏବଂ ଶେଷରେ ମିଠା ଖାଇବାର କ’ଣ ରହିଛି ଫାଇଦା

mahabharatanews

କରୋନା ଭାଇରସ ଆଗରେ ଆମେରିକାର ଆତ୍ମସମର୍ପଣ

mahabharatanews