ଓଡିଶା

ରାଧାନାଥ ରଥଙ୍କ ୧୨୩ ତମ ଜୟନ୍ତୀ ପାଳିତ

(ମହାଭାରତ/ସାଲେପୁର): କଟକ ଜିଲ୍ଲା ସାଲେପୁର ହାଇସ୍କୁଲ ଅଡିଟୋରୀୟମ ଗୃହରେ ଲୋକ ସେବକ ମଣ୍ଡଳର ପ୍ରାକ୍ତନ ସଭାପତି ସମାଜର ପ୍ରାକ୍ତନ ସମ୍ପାଦକ ପଦ୍ମ ଭୂଷଣ ଡଃ ରାଧାନାଥ ରଥଙ୍କ ୧୨୩ତମ ଜୟନ୍ତୀ ଉତ୍ସବ ସାଲେପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଜୟନ୍ତୀ କମିଟିର ସଭାପତି ସାମ୍ବାଦିକ ଅକ୍ଷୟ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ବରିଷ୍ଠ କଂଗ୍ରେସ ନେତା ସେକ ମତଲୁବ ଅଲ୍ଲୀ ଯୋଗ ଦେଇ ରାଧାନାଥ ରଥ ଜଣେ ବ୍ୟକ୍ତି ନ ଥିଲେ ସେ ଥିଲେ ଏକ ଅନୁଷ୍ଠାନ ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ମହାନ୍ତି ତାଙ୍କ ବକ୍ତ୍ୟବରେ ତାଙ୍କ ଭଳି ସମ୍ପାଦକ ଅ ।ଜିର ଦୁନିଅ ।ରେ ବିରଳ ବୋଲି କହିଛନ୍ତି । ସମ୍ମାନିତ ଅତିଥିଭାବେ ସମାଜସେବୀ ଗୀତା ଦାସ , ସାଲେପୁର ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷହିରା ଲାବନ୍ୟବତୀ ବେହେରା, କୃଷକ ସମ୍ବାଦର ସମ୍ପାଦକ ସମ୍ବାଦିକ ଭାସ୍କର ବେହେରା ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଜୟନ୍ତୀ କମିଟି ପକ୍ଷରୁ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୪୦ଜଣ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜୟନ୍ତୀ କମିଟିର ସଭ୍ୟ ସଭ୍ୟାମାନେ କାର୍ଯ୍ୟକ୍ରମକୁ ସୁ·ରୁରୂପେ ପରି·ଳନା କରିଥିଲେ ।

Related posts

ପୁରୀ-ସୁରତ ଏକ୍ସପ୍ରେସ ଟ୍ରେନ ଧକ୍କାରେ ଦନ୍ତାର ମୃତ୍ୟୁ

mahabharatanews

ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତି, ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

mahabharatanews

ତରଭା ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

mahabharatanews