(ପାଟଣା/ ବିଜୟ କାରୁଆ) : ମହାମାରୀ କରୋନାର ଆତଙ୍କ ମଧ୍ୟରେ ପ୍ରବାସୀ ଓଡ଼ିଆଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବାକୁ ସରକାରଙ୍କ ନିଷ୍ପତ୍ତିକ୍ରମେ ଆଜି କେନ୍ଦୁଝରଜିଲ୍ଲା ପାଟଣାବ୍ଲକକୁ ୧୩ଜଣ ପ୍ରବାସୀ ଓଡ଼ିଆ ଏକ ବସରେ ଫେରିଛନ୍ତି । ଏମାନେ ସମସ୍ତେ କେରଳରେ କାମ କରୁଥିଲେ । ସେମାନେ ପାଟଣାରେ ପହଞ୍ଚିବା ପରେ ସେମାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରୀକ୍ଷା କରାଯାଇ କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଇ ଦିଆଯାଇଛି ।
ସୂଚନା ରୁ ପ୍ରକାଶ ଯେ, ଆଜି କେରଳୁ ଶମ୍ଭୁବାବା ବସ ଯୋଗେ ୧୩ ଜଣ ଫେରି ଛନ୍ତି। ଏହି ୧୩ଜଣ ପ୍ରବାସୀ ଓଡ଼ିଆ କେରଳ ରେ କାମ କରୁ ଥିଲେ। ଏମାନେ ପହଞ୍ଚିବା ପରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହୋଇଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଚିକିତ୍ସା ନିମନ୍ତେ ଅସ୍ଥାୟୀ ଜ୍ଵର ଶିବିର ଶିବିରରେ ପ୍ରଥମେ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ତାପରେ ସେମାନଙ୍କୁ ନିଜ ନିଜ ପଞ୍ଚାୟତକୁ ଆଉ ଏକ ଘରୋଇ ବସ ମହାଦେଵ ଯୋଗେ ପଠାଇ ଦିଆଯାଇଛି । ଏମାନଙ୍କ ମଧ୍ୟରୁ ଖିରେଇଟାଙ୍ଗିରି ପଞ୍ଚାୟତର ୪ଜଣ,କେନ୍ଦେଇପଶି ପଞ୍ଚାୟତର ୮ଜଣ,ମୂଷାଖୋରୀ ପଞ୍ଚାୟତର ଜଣେ ଅଛନ୍ତି । ଏମାନେ ନିଜ ନିଜ ପଞ୍ଚାୟତର ସଂଗରୋଧ ଗୃହରେ ରହିବାକୁ ପାଟଣା ବିଡ଼ିଓ ପ୍ରକାଶ କରିଛନ୍ତି ।
previous post
