ଓଡିଶା

୪୪୭ ଏସ୍ଆଇ ପାଇଁ ଆବଦେନ କଲେ ୧ ଲକ୍ଷ ୩୩ ହଜାର, ୨୬ କିନ୍ନର

ଭୁବନେଶ୍ୱର: ଗତ ଜୁନ୍ ମାସରେ ଓଡ଼ିଶା ପୁଲିସରେ ସବ୍ ଇନଷ୍ପେକ୍ଟର(ଏସ୍ଆଇ) ପାଇଁ ୪୭୭ ପୋଷ୍ଟ ବାହାରିଥିଲା । ଆବେଦନ କରିବାର ଶେଷ ତାରିଖ ଜୁଲାଇ ୧୫ ପର୍ଯ୍ୟନ୍ତ ରହିଥିବା ବେଳେ ଏହି ସମୟ ଅବଧି ଶେଷ ହୋଇଛି । ଏହି ପଦବୀ ପାଇଁ ମୋଟ ୧ ଲକ୍ଷ ୩୨ ହଜାର ୪୯୬ ଜଣେ ପ୍ରାର୍ଥୀ ଆବେଦନ କରିଛନ୍ତି । ଏନେଇ ଓଡ଼ିଶା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କିଛି ପ୍ରାର୍ଥୀ ପରୀକ୍ଷା ଫି ଜମା କରି ନ ଥିବା ବେଳେ ଏହି ସଂଖ୍ୟା ସାମାନ୍ୟ ବଢିପାରେ ବୋଲି ଓଡ଼ିଶା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଦିଆଯାଇଥିବା ସୂଚନା ଅନୁଯାୟୀ, ଆବେଦନ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୯୦ ହଜାର ୫୦୬ ଜଣ ଯୁବକ ରହିଥିବା ବେଳେ ୩୪ ହଜାର ୯୬୪ ଜଣ ଯୁବତୀ ଅଛନ୍ତି । ତେବେ ପ୍ରଥମ ଥର ପାଇଁ ଏଥର କିନ୍ନରମାନଙ୍କୁ ଏହି ପଦବୀ ପାଇଁ ଆବେଦନ କରିବାକୁ ସୁଯୋଗ ମିଳିଥିବା ବେଳେ ମୋଟ ୨୬ ଜଣ କିନ୍ନର ଏଥିପାଇଁ ଆବେଦନ କରିଛନ୍ତି ।
ସେହିପରି ଜାତି ଅନୁଯାୟୀ, ଅନୁସୂଚତିନ ଜାତି(ଏସସି)ର ୨୯ ହଜାର ୭୧୦ ଜଣ ଆବେଦନ କରିଥିବା ବେଳେ ଅନୁସୂଚିତ ଜନଜାତି ପାଇଁ ୨୪ ହଜାର ୧୯୩ ଜଣ ଆବେଦନ କରିଛନ୍ତି । ସେହିପରି ସାମାଜିକ ଆର୍ଥିକ ଅନଗ୍ରସର(ଏସ୍ସିବିସି)ର ସବୁଠୁ ଅଧିକ ୫୨ ହଜାର ୨୭୪ ଜଣ ଆବଦେନ କରିଥିବା ବେଳେ ଜେନେରାଲର ୨୬ ହଜାର ୩୧୯ ଜଣ ଆବେଦନ କରିଛନ୍ତି । ଏନେଇ ଓଡ଼ିଶା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Related posts

ତିନୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

mahabharatanews

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୨୬୭ ନୂତନ ସଂକ୍ରମିତ ଚିହ୍ନଟ

mahabharatanews

 ସ୍କ୍ରବ୍ ଟାଇଫସ୍ ଆତଙ୍କ; ସୁନ୍ଦରଗଡ଼ରେ ଆକ୍ରାନ୍ତ ସଂଖ୍ୟା ୨୪୪କୁ ବୃଦ୍ଧି 

mahabharatanews