ଓଡିଶା

ଆଜି ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ

(ଆଦର୍ଶ ରାଉତ/ମହାଭାରତ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉପୁଜିଥିବା ବନ୍ୟା ସ୍ଥିତିର ଆଜି ଅନୁଧ୍ୟାନ କରିବେ । ଅପରାହ୍ନରେ ଆକାଶମାର୍ଗରୁ ବନ୍ୟା ସ୍ଥିତି ଦେଖିବେ ମୁଖ୍ୟମନ୍ତ୍ରୀ । ବନ୍ୟାଞ୍ଚଳ ପରିଦର୍ଶନ ପରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ଯୋଗ ଦେବେ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏନେଇ ସୂଚନା ଦେଇଛନ୍ତି । ଲଗାଣ ବର୍ଷା ଯୋଗୁ ରାଜ୍ୟର ୨୦ଟି ଜିଲ୍ଲା ଏବେ ବନ୍ୟାରେ ପ୍ରଭାବିତ ହୋଇଛି । ଏଗୁଡିକ ମଧ୍ୟରେ ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର, ପୁରୀ, କଟକ, ଖୋର୍ଦ୍ଧା, ସମ୍ବଲପୁର, ସୁବଣ୍ଣ୍ରପୁର, ସୁନ୍ଦରଗଡ, କେଉଁଝର, ଅନୁଗୁଳ, ବରଗଡ, ବୌଦ୍ଧ, ଢେଙ୍କାନାଳ, ଝାରସୁଗୁଡା, ମୟୁରଭଞ୍ଜ, ନୟାଗଡ ଓ ନୂଆପଡା ଆଦି ଜିଲ୍ଲାର ବହୁ ଅଞ୍ଚଳ ପ୍ରଭାବିତ ହୋଇଥିବା ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

Related posts

ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମଜୟନ୍ତୀ ଅବସରରେ ବୃକ୍ଷରୋପଣ

mahabharatanews

ଯୁବ ଆଇନଜୀବୀଙ୍କ ଅକାଳ ବିୟୋଗ; ବିଭିନ୍ନ ମହଲରେ ଶୋକ

mahabharatanews

ଗୋପାଳପୁର ଜେଡ ଏସ ଆଇ ପକ୍ଷରୁ ଦୁଇଟି ପଲ୍ଲି କୀଟ ଚିହ୍ନଟ

mahabharatanews