ଓଡିଶା

ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ

(ଭୁବନେଶ୍ୱର) : ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରୁ ସକାଳୁ ବାହାରି ପ୍ରଥମେ କଳାହାଣ୍ଡି ଜିଲ୍ଲା ଗସ୍ତ ପରେ ସକାଳ ୧୧ଟାରେ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ବଙ୍ଗୋମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ସିନ୍ଧେକେଲା ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇ ଜନସଭାରେ ଯୋଗଦେବେ।

ସୂଚନାନୁଯାୟୀ , ସେହିପରି ସକାଳ ୧୧.୫୫ ମିନିଟ୍‌ରେ ନିର୍ବାଚନମଣ୍ଡଳୀର ମୁରିବାହାଲ ବ୍ଲକ୍‌ ଅନ୍ତର୍ଗତ ଗଁରେଇ ଗାଁ ଖେଳପଡ଼ିଆରେ ହେବାକୁଥିବା ଜନସଭାକୁ ସମ୍ବୋଧନ କରିବେ। ପରେ ବଲାଙ୍ଗୀର ନିର୍ବାଚନମଣ୍ଡଳୀରେ ଦିନ ୧୨.୫୦ରେ ଜନସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ସାରି ବଲାଙ୍ଗୀର ସର୍କିଟ୍‌ ହାଉସକୁ ଯିବେ।

Related posts

୨୦୨୪ରେ ଲୋକସଭା ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ

mahabharatanews

ଦୂତି ପ୍ରେମିକାଙ୍କୁ ସଫଳତାର ଶ୍ରେୟ ଦେବା ପରେ ସରସ୍ୱତୀଙ୍କ ପ୍ରଶ୍ନ

mahabharatanews

 ଆଜିଠୁ ଓଜେଇଇ ପରୀକ୍ଷା

mahabharatanews