ଓଡିଶା

ଆଜି ରାଜ୍ୟର ୧୪ ଜିଲ୍ଲାରୁ ୧୩୬ ନୂତନ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ ୧୩୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୮୬ ହୋଇଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂଚନା ଦେଇଛି । ମୋଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୪ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ସଂକ୍ରମିତ ଓ ଏମାନଙ୍କ ଭିତରେ ଓଡିଆରଏଫ୍, ଏନଡିଆରଏଫ୍ ଓ ଅଗ୍ନିଶମ ବିଭାଗର ୫୪ଜଣ କର୍ମଚାରୀ ଅଛନ୍ତି । ମୋଟ ୧୪ଟି ଜିଲ୍ଲାରୁ ସମସ୍ତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୭ ଚିହ୍ନଟ ହୋଇଥିବା ବେଳେ କନ୍ଧମାଳରୁ୧୫, ମୟୂରଭଞ୍ଜରୁ ୯, କେନ୍ଦୁଝର ଜିଲ୍ଲାରୁ ୮, ଗଜପତି, କଟକରୁ୭ ଲେଖା, ଝାରସୁଗୁଡାରୁ ୪, ଢେଙ୍କାନାଳ, ଗଞ୍ଜାମ, ପୁରୀରୁ ୩ଲେଖା, ନୂଆପଡ଼ା, କଳାହାଣ୍ଡିରୁ୨ ଲେଖା, ଏବଂ କେନ୍ଦ୍ରାପଡ଼ା,ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ୍ ୨୨୮୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୯୨ ରହିଛି। ଅପରପକ୍ଷରେ ୯ ଜଣଙ୍କର ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ତିନି ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related posts

କାଉରିଆଙ୍କ ପାଇଁ ଖୁସି ଖବର, ଆଜି ଖୋଲିବ ଧବଳେଶ୍ୱର ସ୍ଥାୟୀ ପୋଲ

mahabharatanews

ଆଉ ୫ ଜିଲ୍ଲାରେ ଲକ୍ଷ୍ମୀ ବସ୍

mahabharatanews

ହାଇୱା ଧକ୍କାରେ ବାଇକ୍ ଆରୋହୀ ମୃତ

mahabharatanews