ଓଡିଶା

ସମ୍ବଲପୁରରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ

(ସମ୍ବଲପୁର) : ଆଜି ସମ୍ବଲପୁରରେ ପ୍ରଚାରର ମଙ୍ଗ ଧରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦିନ ୧୧ଟା ୧୫ ମିନିଟ ସମୟରେ ଅଇଁଠାପାଲି ପିଏଚଡି ପଡିଆକୁ ଯିବେ ସେଠାରେ ଜନ ସଭାକୁ ସମ୍ବୋଧନ କରିବେ ନବୀନ । ମଧ୍ୟାହ୍ନ ୧୨ଟା ୦୫ ମିନିଟ ସମୟରେ ନାକଟିଦେଉଳ କଲେଜ ପଡିଆରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନାନୁଯାୟୀ , ଚଳିତ ନିର୍ବାଚନରେ ପ୍ରଥମ କରି ମୁଖ୍ୟମନ୍ତ୍ରୀ ସମ୍ବଲପୁର ଗସ୍ତ କରୁଥିବାରୁ ବିଜୁ ଜନତା ଦଳର କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ରହିଛି । ସମ୍ୱଲପୁର ଏବେ ରାଜ୍ୟ ରାଜନୀତିର ହଟସ୍ପଟ୍ ପାଲଟିଥିବା ବେଳେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ କିଭଳି ଟାର୍ଗେଟ କରିବେ ଏନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବିଜୁ ଜନତା ଦଳକୁ ଆଗକୁ ବଢ଼ିବାରେ ଇନ୍ଧନ ଯୋଗାଇବା ବୋଲି କୁହାଯାଉଛି ।

Related posts

ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ; ସଂକ୍ରମଣକୁ ରୋକିବାକୁ ଔଷଧ ସହ ଟେଷ୍ଟିଂ ଜାରି

mahabharatanews

ଓଡ଼ିଆ ଫିଲ୍ମରେ କପିଲ ଶର୍ମା

mahabharatanews

ବଢୁଛି  ହାତୀ ଉପଦ୍ରଵ; ଘର ଭାଙ୍ଗି ଖାଇଗଲେ ଧାନ 

mahabharatanews