ବେଜିଂ: ଚୀନରେ ଦ୍ରୁତ ଗତିରେ ବ୍ୟାପୁଥିବା ଏକ ଭୂତାଣୁରେ ୧୩୯ ଜଣ ଲୋକ ସଂକ୍ରମିତ ହେଉଛନ୍ତି । ଏହି ଭୂତାଣୁ ସଂକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇ ଯାଇଛି । ସୋମବାର ଦିନ ବେଜିଂରେ ଆଉ ଦୁଇଟି ମାମଲା ସାମ୍ନାକୁ ଆସିଛି । ଏହା ସର୍ବପ୍ରଥମେ ଚୀନର ବୁହାନ ସହରରେ ବ୍ୟପିଥିଲା ଓ ପରେ ଦକ୍ଷିଣ ଚୀନକୁ ସଂକ୍ରମିତ କରିଥିଲା । ଚୀନ ବ୍ୟତୀତ ଏହି ଭୂତାଣୁ କବଳରେ ଦକ୍ଷିଣ କୋରିଆ, ଜାପାନ, ଥାଇଲାଣ୍ଡରେ ହତାର କାୟା ବିସ୍ତାର କରିବାରେ ଲାଗିଲାଣି । ଦକ୍ଷିଣ କୋରିଆର ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର ଅନୁଯାୟୀ, ୩୫ ବର୍ଷୀୟ ଜଣେ ମହିଳା ମଧ୍ୟ ଏହି ଭୂତାଣୁ କବଳରେ । ଏହି ମହିଳା ଚୀନର ବୁହାନ ସହରରୁ ସିଓଲ ଆସିଥିଲେ ।
ବୁହାନରେ ଏହି ଭୂତାଣୁରେ ୧୩୬ ମାମଲା ଧରା ପଡିଛି । ସପ୍ତାହରେ ଭୂତାଣୁ କବଜାରେ ବହୁ ଲୋକ ଆସିଗଲେଣି । ସିଏନଏନ ରିପୋର୍ଟ ମୁତାବତ, ଚୀନରେ ଭୂତାଣୁରେ ୨୦୧ ରୋଗୀଙ୍କ ଚିକିତ୍ସା କରାଯାଇ ସାରିଛି । ଭୂତାଣୁରେ ଯେଉଁମାନେ ନୂତନ ଭାବେ ସଂକ୍ରମିତ ସେମାନଙ୍କ ଯାଞ୍ଚ ଚାଲିଛି ।ଏହା ସାର୍ସ ପରି ଏକ ଭୂତାଣୁ, ଯାହା ଏକ ପ୍ରକାରର ନିମୋନିଆ । ଏହାକୁ କୋରୋନୋ ନାମ ଦିଆଯାଇଛି । ରୋଗୀଙ୍କ ପରୀକ୍ଷଣ ପରେ ଚୀନ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ନାମ ଦେଇଛି । ଚୀନରେ ସର୍ବ ପ୍ରଥମେ ୨୦୦୨ରେ ଏହି ଭୂୂତାଣୁ ସାମ୍ନାକୁ ଆସିଥିଲା ଓ ୭୭୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାର ସଂକ୍ରମଣରେ ଲୋକଙ୍କୁ କାଶ ହୁଏ, ଶ୍ୱାସ କ୍ରିୟାରେ ସମସ୍ୟା ହୋଇଥାଏ ଓ ଗଳାରେ କଷ୍ଟ ହୁଏ । ଏହା ପରେ ଏହା ନିମୋନିଆରେ ପରିଣତ ହୋଇଥାଏ ଓ ଏହାର ଉପଯୁକ୍ତ ଚିକିତ୍ସା ନ ହେଲେ ଲୋକର ମୃତ୍ୟୁ ସୁନିଶ୍ଚିତ ।
previous post
next post