ଓଡିଶା

ରାଜ୍ୟରେ କରୋନାରେ ଆଉ ୧୪ ଜଣଙ୍କ  ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ୧୦ ଦିନରେ ୧୦୯ ଜଣଙ୍କ ଜୀବନ ନେଲାଣି କରୋନା। ସୋମବାର ଆଉ ୧୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୬ ଜଣ ରହିଛନ୍ତି। ଖୋର୍ଦ୍ଧା ଓ ନୟାଗଡରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୨୮୬ରେ ପହଞ୍ଚିଛି।
ନୟାଗଡ ଜିଲ୍ଲାରେ କିଡନୀ ଜନିତ ରୋଗରେ ଆକ୍ରାନ୍ତ ଜଣେ ୩୦ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଜଣେ ୩୪ ବର୍ଷୀୟ ପୁରୁଷ ଓ ଜଣେ ୭୮ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେହିପରି ଭୁବନେଶ୍ୱରରୁ ଜଣେ ୮୪ ବର୍ଷୀୟ ମହିଳା, ଖୋର୍ଦ୍ଧା ଜିଲ୍ଲାରୁ ଜଣେ ୮୨ ବର୍ଷୀୟ ବୃଦ୍ଧ ଯିଏ ଡାଇବେଟିସ ଓ ହାଇପରଟେନସନରେ ପୀଡିତ ଥିଲେ, ଖୋର୍ଦ୍ଧାରୁ ଜଣେ ଜଟିଳ କିଡନୀ ରୋଗରେ ପୀଡିତ ୬୯ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲାରୁ ଜଣେ ୮୫ ବର୍ଷୀୟ ବୃଦ୍ଧ, ଜଣେ ୬୫ ବର୍ଷୀୟ ବୃଦ୍ଧ, ହାଇପରଟେନସନରେ ପୀଡିତ ଜଷର ୭୦ ବର୍ଷୀୟା ମହିଳାଙ୍କ ମୃତ୍ୟୁ, ଜଟିଳ ଓ ଶେଷ ପର୍ଯ୍ୟାୟରେ ଥିôବା ଜଣେ କିଡନୀ ରୋଗରେ ପୀଡିତ ୫୦ ବର୍ଷୀୟ ପୁରୁଷ, ଡାଇବେଟିସରେ ପୀଡିତ ୫୫ ବର୍ଷୀୟ ପୁରୁଷ, କିଡନୀ ରୋଗରେ ପୀଡିତ ୫୦ ବର୍ଷୀୟ ପୁରୁଷ ଓ ରାୟଗଡାରୁ ଜଣେ ୪୬ ବର୍ଷୀୟ ପୁରୁଷ ଯିଏ ଡାଇବେଟିସ ଓ ହାଇପରଟେନସନରେ ପୀଡିତ ଥିଲେ ତାଙ୍କର କରୋନାରେ ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ଦୁଇ କରୋନା ଆକ୍ରାନ୍ତଙ୍କ ଅନ୍ୟ ରୋଗରେ ମୃତ୍ୟୁୁ ହୋଇଛି ।

Related posts

ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ଶୁଣିଲେ ସରକାର

mahabharatanews

ଜଗତସିଂହପୁର ବିଧାୟକଙ୍କୁ କରୋନା

mahabharatanews

ଆସୁଛି ବର୍ଷା, ୧୪ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି

mahabharatanews