Uncategorized

ଆଗାମୀ ସମୁଦ୍ର ସେତୁ ଅଭିଯାନରେ ଆସିବେ ୧୪୦୦ ପ୍ରାବସୀ ଭାରତୀୟ

ଭୁବନେଶ୍ୱର: ଲକଡାଉନ ପାଇଁ ବିମାନ ଚଳାଚଳ ବନ୍ଦ କାରଣରୁ ବିଦେଶରେ ବହୁ ଭାରତୀୟ ଫସି ରହିଥିଲେ । ବିଦେଶରୁ ଭାରତୀୟ ନାଗରିକମାନଙ୍କୁ ଫେରାଇ ଆଣିବା ପାଇଁ ଅପରେସନ୍ ‘ସମୁଦ୍ର ସେତୁ’ର ପରବର୍ତ୍ତୀ ପର୍ୟ୍ୟାୟ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଏହି ପର୍ୟ୍ୟାୟରେ ଆଇ.ଏନ୍‍.ଏସ୍‍. ଜଳସ୍ୱ ଶ୍ରୀଲଙ୍କାର କଲମ୍ବୋରୁ ୭୦୦ ଭାରତୀୟଙ୍କୁ ଧରି ତାମିଲ୍ନା୍ଡ଼ୁର ଟୁଟିକୋରିନ୍‍ ଆସିବ। ମାଳଦ୍ୱୀପ୍ରା ମାଲେରୁ ମଧ୍ୟ ୭୦୦ ଜଣ ଭାରତୀୟ ଟୁଟିକୋରିନ୍କୁଲ ଆସିବେ।
ପ୍ରବାସୀଙ୍କୁ ଫେରାଇ ଆଣିବାକୁ ଭାରତ ସରକାର ପକ୍ଷରୁ ବନ୍ଦେ ମାତରମ ଓ ସମୁଦ୍ର ସେତୁ ଆରମ୍ଭ ହୋଇଥିଲା । ଭାରତୀୟ ନୌବାହିନୀ ଇତିମଧ୍ୟରେ ସମୁଦ୍ର ସେତୁ ଅଭିଯ।।ନରେ ମାଲେରୁ ୧ ହଜାର ୪୮୮ ଜଣ ଭାରତୀୟଙ୍କୁ କୋଚିରେ ପହଂଚାଇସାରିଛି। ଏହି ପର୍ୟ୍ୟାୟ ସମୁଦ୍ର ସେତୁ ଅଭିଯାନ ପାଇଁ ଶ୍ରୀଲଙ୍କା ଓ ମାଳଦ୍ୱୀପରେ ଅବସ୍ଥାପିତ ଭାରତୀୟ ଅଧିକାରୀମାନେ ଫେରିବାକୁ ଥିବା ଲୋକମାନଙ୍କର ତାଲିକା ପ୍ରସ୍ତୁତ କରୁଛନ୍ତି। ସେମାନଙ୍କର ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯିବ। ଫେରିବା ପରେ ଭାରତୀୟ ନାଗରିକମାନଙ୍କୁ ନିଜ ନିଜର ରାଜ୍ୟ ପ୍ରଶାସନ ଜିମା ଦିଆଯିବ। ଏହି ଅଭିଯାନ ବୈଦେଶିକ ବ୍ୟାପାର, ସ୍ୱରାଷ୍ଟ୍ର, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମେତ ଅନ୍ୟାନ୍ୟ ସରକାରୀ ବିଭାଗର ମିଳିତ ସମନ୍ୱୟରେ ପରିଚାଳିତ ହେଉଛି।

Related posts

ବନ୍ଦେ ଭାରତ ମିଶନରେ ବିଦେଶରୁ ମୁମ୍ବାଇ ଆସିଲେଣି ୧୯ ହଜାର ୬୦୪

mahabharatanews

ଭାରତ ହେବ ରକ୍ଷା ବିନିର୍ମାଣ କେନ୍ଦ୍ର: ପ୍ରତିରକ୍ଷା ମନ୍ତ୍ରୀ

mahabharatanews

ପ୍ରତିରକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ପାରା କମାଣ୍ଡୋଙ୍କ ଶକ୍ତି ପ୍ରଦର୍ଶନ

mahabharatanews