Uncategorized

ଭୀମା କୋରେଗାଁଓ ସଂଘର୍ଷ ବାର୍ଷିକ: ୧୭ ଗାଁରେ ଲାଗୁ ହେବ ଧାରା ୧୪୪

 ପୁନେ: ଭୀମା କୋରେଗାଁଓ ସଂଘର୍ଷ ବାର୍ଷିକ ଜାନୁଆରୀ ୧, ୨୦୨୧ରେ ଆସୁଛି । ଏହାକୁ ଦୃଷ୍ଟିରେ ରଖି ପୁନେ ମୁନିସିପାଲ କର୍ପୋରେସନ (ପିଏମସି) ପେର୍ନେପାଟା, କୋରେଗାଁଓ ଭୀମା ସମେତ ୧୭ଟି ଗାଁରେ ଧାରା ୧୪୪ ଲାଗୁ କରିବାକୁ ଯାଉଛି । ଆସନ୍ତା ଡିସେମ୍ବର ୩୦ରୁ ଏହି ଧାରା ଜାନୁଆରୀ ୨, ୨୦୨୧ ପର୍ଯ୍ୟନ୍ତ ପିଏମସି ଲାଗୁ କରିବ ।
ପିଏମସି ନିର୍ଦ୍ଦେଶ ମୁତାବକ, ଏହି ସମୟରେ ସିକ୍ରାପୁର ଓ ଲୋନିକାଣ୍ଡ ପୁଲିସ ଷ୍ଟେସନ ଅଧୀନ କୋରେଗାଁଓ ଭୀମା ଓ ଅନ୍ୟ ଅଞ୍ଚଳକୁ ବାହାର ଲୋକଙ୍କ ପ୍ରବେଶ ନିଷେଦ୍ଧ ରହିବ । ତେବେ ଯେଉଁମାନଙ୍କୁ ପୁଲିସ ଅନୁମତି ଦେବ, ସେମାନେ ପେର୍ନେ ଗାଁକୁ ଯାଇ କୋରେଗାଁଓ ଭୀମା ସଂଘର୍ଷ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେଇ ପାରିବେ ।
ଜାନୁଆରୀ ୧, ୧୮୧୮ରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଓ ପେଶୱା ମଧ୍ୟରେ ହୋଇଥିବା ଯୁଦ୍ଧ ଜୟନ୍ତୀକୁ ପାଳିବାକୁ ପ୍ରତିବର୍ଷ ହଜାର ହଜାର ଲୋକ କୋରେଗାଁଓ ଭୀମା ଗାଁକୁ ଯାଇଥାନ୍ତି । ତେବେ ୨୦୧୮ରେ ଏହି ଜୟନ୍ତୀ ପାଳ ଅବସରେ ଘଟିଥିବା ହିଂସାରେ ବହୁ ଲୋକ ଆହତ ହୋଇଥିଲେ ଓ ଜଣେ ମୃତ୍ୟୁବରଣ କରିଥିଲେ । ଏହି ମାମଲାରେ ପୁଲିସ ୧୬୨ ଜଣଙ୍କ ବିରୋଧରେ ୫୮ଟି କେଶ ପାଇଲ କରିଥିଲା । ଏହା ପରଠାରୁ ପିଏମସି ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରତିଶେଧକମୂଳକ ପଦକ୍ଷେପ ଗ୍ରହଣ କରି ଆସୁଛି ।

Related posts

ଛୋଟ ପିଲାଙ୍କୁ କୋରୋନାରୁ କେମିତି ରଖିବେ ସୁରକ୍ଷିତ?

mahabharatanews

ଭ୍ରଷ୍ଟାଚାର ମାମଲ।ରେ ସିବିଆଇ ଯାଞ୍ଚକୁ ନେଇ କେ।ର୍ଟ ଅସନ୍ତୁଷ୍ଟ

mahabharatanews

ଆସନ୍ତା ୨୨ରେ ମୋଦୀଙ୍କ ନିର୍ବାଚନ ବିରୋଧରେ ହୋଇଥିବା ଆବେଦନର ଶୁଣାଣି

mahabharatanews