Uncategorized

ଭ୍ରଷ୍ଟାଚାର ମାମଲ।ରେ ସିବିଆଇ ଯାଞ୍ଚକୁ ନେଇ କେ।ର୍ଟ ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ସିବିଆଇର ପୂର୍ବ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ତାନାଙ୍କ ସମ୍ପୃକ୍ତିରେ ହୋଇଥିବା ଭ୍ରଷ୍ଟାଚାର ମାମଲାରେ ସିବିଆଇର ଯାଞ୍ଚ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଦିଲ୍ଲୀର ଏକ ଅଦାଲତ । ଭ୍ରଷ୍ଟାଚାରରେ ସମ୍ପୃକ୍ତି ଥିବା ବ୍ୟକ୍ତିଙ୍କୁ କାହିଁ ଖୋଲା ଛଡାଯାଇଛି ଯେତେବେଳେ କି ଡିଏସପିଙ୍କୁ ଗିରଫ କରାଯାଇଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ।

ଆସ୍ଥାନା ଓ ଡିଏସପି ଦେବେନ୍ଦ୍ର କୁମାରଙ୍କୁ ୨୦୧୮ରେ ଗିରଫ କରାଯାଇଥିଲା । ପରେ ତାଙ୍କୁ ଜାମିନ ମିଳିଥିଲା । ଉଭୟଙ୍କୁ ମାମଲାରେ ଅଭିଯୁକ୍ତ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ନ ଥିବା କାରଣରୁ ସେମାନଙ୍କ ନାମ ଆରୋପ ପତ୍ରର କଲମ ନଂ ୧୨ରେ ଲେଖା ଯାଇଥିଲା । ସିବିଆଇ ହାଇଦ୍ରାବଦର ବ୍ୟବସ।ୟୀ ସତିଶ ସନାଙ୍କ ଅଭିଯୋଗ ଆଧାରରେ ଆସ୍ଥାନାଙ୍କ ବିରୋଧରେ ମାମଲା ଦାୟର କରିଥିଲା । ମାଂସ ବ୍ୟବସାୟୀ ମୋଡନ କୁରେଶୀ ବିରୋଧରେ ୨୦୧୭ର ମାମଲାରେ ସନା ଉପରେ ଯାଞ୍ଚ ଚାଲିଛି । ସିବିଆଇର ବିଶେଷ ନ୍ୟାୟାଧିଶ ସଞ୍ଜିବ ଅଗ୍ରୱାଲ ମାମଲାରେ ଯେଉଁ ଅଭିଯୁକ୍ତଙ୍କ ସମ୍ପୃକ୍ତି ରହିଛି, ସେମାନଙ୍କୁ କାହିଁ ଖେ।ଲା ଛଡାଯ।ଇଛି ବୋଲି ପ୍ରଶ୍ନ କରିଛନ୍ତି । ଏହି ମାମଲାର ଆଗାମୀ ଶୁଣାଣି ଫେବୃଆରୀ ୧୯ରେ ହେବ ।

Related posts

ଅର୍ଦ୍ଧ ସୁରକ୍ଷା ବଳର ମହା ନିର୍ଦ୍ଦେଶକ ହେଲେ ଏ ପି ମାହେଶ୍ୱରୀ

mahabharatanews

ଦିଲ୍ଲୀ ହିଂସା: ସାହରୁଖର ବନ୍ଧୁକ ଉଦ୍ଧାର

mahabharatanews

ମାନବ ଚାଲାଣ ବନ୍ଦ କରିବା ସରକାରର ପ୍ରାଥମିକତା: ହେମନ୍ତ

mahabharatanews