bharat

ଯୁବକଙ୍କୁ ଜୀଅନ୍ତା ଗିଳିଦେବାକୁ ବସିଥିଲା ଅଜଗର, ଦେଖନ୍ତୁ ଭିଡିଓ

ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଗଲେ ଯୁବକ । ଏକ ୧୫ ଫୁଟର ଅଜଗର ତାଙ୍କୁ ଜୀଅନ୍ତା ଗିଳି ଦେଇଥାଆନ୍ତା, ହେଲେ ନିଜ ବୁଦ୍ଧି ବଳରେ ତଥା କିଛି ଗାଁ ଲୋକଙ୍କ ସହାୟତାରେ ତାଙ୍କୁ ନୂଆ ଜୀବନ ମିଳିଛି । ଆଉ ସେ ଅଜଗର ମୁହଁରୁ ଜୀବନ୍ତ ଫେରି ଆସିଛନ୍ତି । ମଧ୍ୟପ୍ରଦେଶର ଜବଲପୁର ଅନ୍ତର୍ଗତ କଲ୍ୟାଣପୁର ଗାଁରେ ଘଟିଥିବା ଏହି ଛାତିଥରା ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।ଯୁବକ ଜଣକ ଶୌଚ ହେବାକୁ ଜଙ୍ଗଲକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି ।

ଦୁର୍ଭାଗ୍ୟବଶତଃ ଶୌଚ ହେଉଥିବା ବେଳେ ହଠାତ୍ ପଛ ପଟୁ ଗୋଟିଏ ବିରାଟକାୟ ଅଜଗର ତାଙ୍କୁ ଆକ୍ରମଣ କରିଥିଲା। ସାପଟି ତାଙ୍କ ବେକକୁ ନିଜ ଦେହରେ ଗୁଡ଼ାଇ ଦେଇଥିଲା। ଆଉ ତାଙ୍କୁ ଜୀବନ୍ତ ଗିଳିବାକୁ ଚେଷ୍ଟା କରିଥିଲା । ହେଲେ ଯୁବକ ଜଣକ ବେଶ ଚତୁରତାର ସହ ତା’ ମୁହଁକୁ ଧରି ପକାଇଥିଲେ।


ତଥାପି ସାପଟି ନିଜ ଦେହରେ ତାଙ୍କୁ ଗୁଡ଼ାଇ ହାଡ଼ଗୋଡ଼ ଭାଙ୍ଗିବାକୁ ଚେଷ୍ଟା କରିଥିଲା । ଆଉ ଯୁବକ ଜଣକ ପ୍ରାଣ ବିକଳରେ ସାପ ସହ ଲଢ଼େଇ କରିବା ସହ ସହଯୋଗ ପାଇଁ ଚିତ୍କାର କରିଥିଲେ। ଏତିକି ବେଳେ ଉକ୍ତ ରାସ୍ତା ଦେଇ କିଛି ଲୋକ ଯାଉଥିଲେ। ସେମାନେ ଚିତ୍କାର ଶୁଣି ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ ପହଞ୍ଚିଲା ବେଳକୁ ଅଜଗରଟି ବ୍ୟକ୍ତିଙ୍କୁ ନିଜ ଦେହରେ ପୂରା ଗୁଡ଼ାଇ ସାରିଥିଲା।

ସ୍ଥାନୀୟ ଲୋକମାନେ ତୁରନ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଲାଗି ପଡ଼ିଥିଲେ। ସେମାନେ ମିଳିତ ଭାବେ ଅଜଗର କବଳରୁ ବ୍ୟକ୍ତିଙ୍କୁ ବାହାର କରିଥିଲେ। ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପରେ ସେମାନେ ସାପଟିକୁ କୁରାଢ଼ୀ, ପଥର ଓ ଅନ୍ୟ ଧାରୁଆ ଅସ୍ତ୍ରରେ ପିଟିପିଟି ମାରି ଦେଇଥିଲେ।

Related posts

କଂଗ୍ରେସ ସରକାର ଆମକୁ ଆମଦାନୀ ଉପରେ ନିର୍ଭଳଶୀଳ କରାଇ ପାପ କରିଛି ।

mahabharatanews

ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳକୁ ନେଇ ଯିବା ସମୟରେ ମଝି ଆକାଶରେ ଅଚଳ ହୋଇଗଲା ବିମାନର ଗୋଟିଏ ଇଞ୍ଜିନ୍

mahabharatanews

ବର୍ଷାରେ ଭୁଶୁଡ଼ିଲା ୩ ମହଲା ବିଲ୍ଡିଂ, ବହୁ ଲୋକ ଦବିଥିବା ଆଶଙ୍କା

mahabharatanews