bharatଅପରାଧ

ରାଗିଂର ଛାତିଥରା ଚିତ୍ର, ଜୁନିୟରଙ୍କୁ ନିର୍ଘାତ ମାଡ଼ ମାରୁଥିବାର ଭିଡିଓ ଭାଇରାଲ

ଜୁନିୟରଙ୍କୁ ଗାଈଗୋରୁଙ୍କ ଭଳି ମାଡ଼ ମାରିଲେ ସିନିୟର । ସାମ୍ନାକୁ ଆସିଛି ଛାତି ଥରାଇ ଦେବା ଭଳି ଭିଡିଓ। ଶିକ୍ଷାନୁଷ୍ଠାନକୁ ରାଗିଂମୁକ୍ତ ପାଇଁ ନିର୍ଦ୍ଦେଶ ରହିଛି। ତଥାପି ଅନେକ ସମୟରେ ଅଧିକାଂଶ ଶିକ୍ଷାନୁଷ୍ଠାନରେ ଜୁନିୟରମାନେ ସିନିୟରଙ୍କ ର଼୍ୟାଗିଂର ଶିକାର ହେଉଥିବା ସୂଚନା ମିଳିବାରେ ଲାଗିଛି । ଆନ୍ଧ୍ର ପ୍ରଦେଶର ଶ୍ରୀ ସୁବାରାୟ ଓ ନାରାୟଣ କଲେଜରେ ଛାତ୍ରମାନଙ୍କୁ ପଶୁଙ୍କ ଭଳି ମାଡ଼ ମରାଯାଉଥିବା ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି।

ଟ୍ରେନିଂ ନାଁରେ କଲେଜର କିଛି ସିନିୟର ଜୁନିୟର ଛାତ୍ରମାନଙ୍କୁ ବାଡ଼ିରେ ପିଟୁଥିବା ଭିଡିଓ ଭାଇରାଲ ହେଉଛି। ଭିଡିଓ ଭାଇରାଲ ହେବାର ପରେ ୬ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣଙ୍କ ପରେ ଜଣେ ୬ ଛାତ୍ରଙ୍କୁ ୪ ଜଣ ହାତରେ ଲାଠିରେ ଧରି ପ୍ରବଳ ପିଟୁଛନ୍ତି। ସେମାନେ ଏମିତି ମାଡ଼ ମାରୁଛନ୍ତି ଯେ ବାଡ଼ି ମଧ୍ୟ ଭାଙ୍ଗି ଯାଉଛି। ହଷ୍ଟେଲର ଗୋଟିଏ ରୁମରେ ପୂରା ଘଟଣା ଘଟିଛି।

ଏହି ଘଟଣାରେ ୨ ଜଣ ପୀଡ଼ିତ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଏନସିସି ଟ୍ରେନିଂ ନାଁରେ ରୁମକୁ ଡକା ଯାଉଛି ଓ ମାଡ଼ ମରାଯାଇଥିବା ଜଣାପଡ଼ିଛି।
ଭିଡିଓ ଭାଇରାଲ ହେବା ପୋଲିସ ପକ୍ଷରୁ ସୂଚନା ମିଳିଛି ଘଟଣାଟି ଫେବୃଆରୀ ମାସର। କିନ୍ତୁ ଏବେ ଭିଡିଓକୁ ଭାଇରାଲ କରାଯାଉଛି। ପୀଡ଼ିତମାନେ ଭୟରେ ନିଜ ସିନିୟରମାନଙ୍କ ବିରୋଧରେ କୌଣସି ପ୍ରକାରର ଅଭିଯୋଗ କରି ନାହାନ୍ତି।

Related posts

ଜଗତସିଂହପୁର ଅବକାରୀ ବିଭାଗକୁ ବଡ଼ ଧରଣର ସଫଳତା

mahabharatanews

ଏନକାଉଣ୍ଟରରେ ଟଳିପଡିଲା ଆଉ ଜଣେ ଗ୍ୟାଙ୍ଗଷ୍ଟର

mahabharatanews

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ମନ୍ଦିରରୁ ଚୋରି

mahabharatanews