ଓଡିଶା

ମାଛ ଧରିବାକୁ ଯାଇ ୧୫ଜଣ ମତ୍ସ୍ୟଜୀବୀ ଅଟକ

(ଅସ୍ତରଙ୍ଗ)  : କେବେ ସଚେତନ ହେବେ ମତ୍ସ୍ୟଜୀବୀ । ଅଲିଭ୍ ରିଡଲେ କଇଁଛଙ୍କ ସୂରକ୍ଷା ନିମନ୍ତେ ବୁଧବାର ଠାରୁ ସମୁଦ୍ରରେ ମତ୍ସଜୀବୀଙ୍କ ପାଇଁ କଟକଣା ଲାଗୁ ହୋଇଥିବା ବେଳେ ଆଜି ୨ୟ ଦିନରେ (ଗୁରୁବାର)  ନିଷିଦ୍ଧାଞ୍ଚଳରୁ ଅସ୍ତରଙ୍ଗ ବନବିଭାଗ ଟିମ୍ ଦ୍ୱାରା ସାଥି ମଙ୍ଗଳା ନାମକ ଏକ ମାଛଧରା ଟ୍ରଲର ଜବତ ହୋଇଛି। ମାଛ ଧରିବାକୁ ଟ୍ରଲରରେ ନିୟୋଜିତ ହୋଇଥିବା ୧୫ଜଣ ମତ୍ସ୍ୟଜୀବୀ ଅଟକ ରହିଛନ୍ତି।

ସୂଚନାନୁଯାୟୀ , ଅଲିଭ୍ ରିଡଲେ କଇଁଛଙ୍କ ସୂରକ୍ଷା ନିମନ୍ତେ ୧ ନମ୍ୱଭେମ୍ବରରୁ ୩୧ ମଇ ପର୍ଯ୍ୟନ୍ତ କଟକଣା ଲାଗିଛି। ସମୁଦ୍ର କୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଜଳପଥକୁ ନିଷିଦ୍ଧାଞ୍ଚଳ ଘୋଷଣା କରି ବୋଟ୍ ଚଳାଚଳ, ଯନ୍ତ୍ରଚାଳିତ ଡଙ୍ଗା ଓ ରିଂ ଜାଲ ବ୍ୟବହାର କରି ମାଛ ଧରିବା ଉପରେ ରୋକ୍ ଲାଗିଛି।  ଏହି ସମୟ ମଧ୍ୟରେ ବନବିଭାଗ ଓ ସ୍ଥାନୀୟ ସାମୁଦ୍ରିକ ମତ୍ସ୍ୟବିଭାଗ ମିଳିତ ଆନୁକୂଲ୍ୟରେ ନିଷିଦ୍ଧାଞ୍ଚଳରେ ପାଟ୍ରୋଲିଂ ଆରମ୍ଭ ହୋଇଛି।

Related posts

ହଷ୍ଟେଲ ଛାତରୁ ପଡି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟ

mahabharatanews

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆହତ

mahabharatanews

କରୋନା ସଚେତନତା କଲେ ମାନିକେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠି, ପନିପରିବା ବିକିଲେ ଓ ମାଗଣାରେ ମାସ୍କ ଦେଲେ

mahabharatanews