ଓଡିଶା

ଆଜି କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା  

(ଭୁବନେଶ୍ୱର) :  ଆଜି ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଆଜି ଏହାର ପ୍ରଭାବ ଅଧିକ ଦେଖାଯିବ। ଫଳରେ ଉତ୍ତର ଉପକୂଳ ଓଡ଼ିଶା ସମେତ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବୌଦ୍ଧ, ଖୋର୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଓ କନ୍ଧମାଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ସୂଚନାନୁଯାୟୀ , ସେହିଭଳି ୬ ତାରିଖ ପର୍ଯ୍ୟନ୍ତ ପଶ୍ଚିମା ଝଡ଼ ପ୍ରଭାବ ଯୋଗୁଁ ରାଜ୍ୟର କିଛି କିଛି ସ୍ଥାନରେ ଏଭଳି ହାଲୁକା ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପ‌ାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋ‌ପସାଗର ଅଞ୍ଚଳରେ ରହିଥିବା ପୂର୍ବାଳୀ ତରଙ୍ଗାୟିତ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି। ଏହା ଶ୍ରୀଲଙ୍କା ଓ ସଂଲଗ୍ନ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ସହ ମିଶିଯିବା ଫଳରେ ରାଜ୍ୟରେ ଆସନ୍ତାକାଲିଠାରୁ ପଶ୍ଚିମା ଝଡ଼ର ପ୍ରଭାବ ଦେଖିବାକୁ ମିଳିବ।ରାଜ୍ୟର ରାତି ତାପମାତ୍ରାରେ ବୃଦ୍ଧି ଦେଖାଯିବ।

Related posts

ଘରୋଇ ଶିକ୍ଷାନୁଷ୍ଠାନ ସିଲ କଲା ବିଏମସି

mahabharatanews

ବଜ୍ରପାତରେ ଜୀଅନ୍ତା ଜଳିଗଲେ ଯୁବକ  

mahabharatanews

ଆଜି ଓଡଶାରେ ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାର ତୃତୀୟ ଦିନ

mahabharatanews