ଓଡିଶା

ରାଜଧାନୀରୁ ଆଉ ୧୭ କରୋନା ସଂକ୍ରମିତ

ଭୁବନେଶ୍ବର: ଆଜି ପୁଣି ଭୁବନେଶ୍ବରରୁ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୧୭ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ କ୍ବାରେଣ୍ଟାଇନ୍ରୁ ହୋଇଥିବାବେଳେ ୧୦ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ଏବଂ ୨ଜଣ କୋଭିଡ୍‌ ଯୋଦ୍ଧା ରହିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ଡୁମୁଡୁମା ରଘୁନାଥ ନଗର ବସ୍ତିରୁ ଜଣେ ପୁରୁଷ ଓ ଜଣେ ମହିଳା, ପଟିଆ ଜଗନ୍ନାଥ ମନ୍ଦିର ନିକଟରୁ ଜଣେ ୬୩ବର୍ଷୀୟ ପୁରୁଷ, ବିଜେବି ନଗର ପାଣିଟାଙ୍କି ବସ୍ତିରୁ ଜଣେ ୨୩ବର୍ଷୀୟ ପୁରୁଷ, ଅନ୍ଧାରୁଆ ଦାସପୁର ଓ ଶତାବ୍ଦୀ ନଗର ଲେନ୍‌-୧ରୁ ଜଣେ ଲେଖାଏଁ ମହିଳା, ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧିନ ଜଣେ ମହିଳା, ଏକ ସରକାରୀ ହସ୍‌ପିଟାଲ୍‌ର ୨ଜଣ ପୁରୁଷ କର୍ମଚାରୀ ରହିଛନ୍ତି । ୨ କରୋନା ଯୋଦ୍ଧା ଏକ ଘରୋଇ ହସ୍‌ପିଟାଲ୍‌ କର୍ମଚାରୀ ଥିବା ଜଣାପଡିଛି ।

Related posts

ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ ରୁଲ୍‌ସର ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

mahabharatanews

ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ

mahabharatanews

୨୮ରୁ ରତ୍ନଭଣ୍ତାର ଲେଜର ସ୍କାନିଂ 

mahabharatanews