ଓଡିଶା

କରୋନାରେ ୪ ସରକାରୀ କର୍ମଚାରୀଙ୍କ ମୃତ୍ୟୁ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲାରେ ମହାମାରୀ କରୋନା ଦିନକୁ ଦିନ ହୁ ହୁ ହୋଇ ବ୍ୟାପିବାରେ ଲାଗିଛି । ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ମଧ୍ୟରେ ଏହି ଜିଲ୍ଲା ଆଗରେ ରହିଛି । ତେବେ ଜିଲ୍ଲାରେ ଚାରି ଜଣ ସରକାରୀ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ପରେ ଆଜି ସେମାନଙ୍କ ମୃତ୍ୟୁ ହୋଇଛି । ମୃତ କର୍ମଚାରୀମାନଙ୍କୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କରୋନା ଯୋଦ୍ଧା ଭାବେ ଘୋଷଣା କରିଛନ୍ତି । ଏମାନେ ହେଲେ ଧରାକୋଟର ଯନ୍ତ୍ରୀ ପି. ସୁରେଶ କୁମାର, ବୁଗୁଡା ଖୋଳଖୋଳି ଗାଁର ଅଙ୍ଗନୱାଡି କର୍ମୀ ଭାରତୀ ସ୍ୱାଇଁ, କବିସୂର୍ଯ୍ୟନଗର ସାନପଙ୍କଳବାଡି ଗାଁର ଶିକ୍ଷକ ସିମାଞ୍ଚଳ ଶ୍ଦତପଥୀ ଓ ଆସିକା ରାଇସିଙ୍ଗି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସିଦ୍ଧାର୍ଥ ଶଙ୍କର ପାଢୀ ବୋଲି ଜଣାଯାଇଛି । ତେବେ ଏନେଇ ଜିଲ୍ଲା ପ୍ରଶାନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ କରୋନା ଯୋଗୁ ଏସମସ୍ତଙ୍କ ମୃତ୍ୟୁ ଗତ ୪ ଦିନ ମଧ୍ୟରେ ହୋଇଥିବା ଜଣାପଡିଛି ।

Related posts

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଯାଇଛି।

mahabharatanews

ମେୟରଙ୍କ ନେତୃତ୍ୱରେ ବିଏମସିର ଆଜି ବସିବ ଦ୍ୱିତୀୟ ପରିଷଦ ବୈଠକ

mahabharatanews

ମୋବାଇଲ ନେଟୱାର୍କ ନେଲା ଜୀବନ

mahabharatanews