ଓଡିଶା

ଭିଡିଓ କନଫରେନ୍ସିଂରେ ବରୀ ବିଜେପିର ଜନ ସମ୍ବାଦ ରାଲି

(ମହାଭାରତ/ବରୀ): ବରୀ ବିଜେପି ତରଫରୁ ଭିଡିଓ କନଫରେନ୍ସ ଜରିଆରେ ବିଧାନସଭା ସ୍ତରୀୟ ଜନସମ୍ବାଦ ରାଲି ଅନୁଷ୍ଠିତ ହୋଇଛି। ରାଲିକୁ ବରୀ ଯୁବନେତା ବିଶ୍ୱରଞ୍ଜନ ମଲ୍ଲିକଙ୍କ ବାସଭବନରେ ଜିଲ୍ଲା ସଭାପତି ଗୌତମ ରାୟ ଉଦଘାଟନ କରିଥିଲେ । ଏହି ରାଲିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ବରୀରେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବା ସହ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତାକୁ ତଳ ସ୍ତରରେ ରହୁଥିବା ଗରିବ ଜନସାଧାରଣଙ୍କ ପାଖରେ ପହଞ୍ଚାଇବାକୁ ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଥିଲେ। ଏହି କାର୍ୟ୍ୟକ୍ରମରେ ଅତିଥି ଭାବେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ, ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନି ଶର୍ମା, ଉପାଧ୍ୟକ୍ଷ ମେଶ ଚନ୍ଦ୍ର ଭଞ୍ଜ, ସରପଞ୍ଚ ବିଜୟ କିଶୋର ସାହାଣୀ ଓ ଅନ୍ୟ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Related posts

ରାସନ ଓ ସାବୁନ ବାଣ୍ଟିବା ନାଁରେ,ବାଣ୍ଟିବେ କି କୋରୋନା?

mahabharatanews

ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷ ପୁରୀ ଠାରେ ଜିଲ୍ଲା ଓଏଏସ ଅଧିକାରୀ ସଂଘର ବୈଠକ ଅନୁଷ୍ଠିତ

mahabharatanews

ମହାମାରୀ କରୋନା ଯୋଗୁଁ ଫିକା ପଡିଲା ରଜ

mahabharatanews